ଖବର ଆଜିର…ତାରିଖ ୨୬/୦୬/୨୩, ସୋମବାର
୧-ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।
୨-ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା,ଗ୍ରାଣ୍ଟ ଇନ୍ ଏଡ୍ ପରିସରଭୁକ୍ତ କଲେ ସରକାର।
୩-ବ୍ରହ୍ମପୁର:ଖେମୁଣ୍ଡି କଲେଜ ନିକଟରେ ବସ୍ ଦୁର୍ଘଟଣା,୧୨ ମୃତ,୧୫ଜଣ ଗୁରୁତର ଆହତ।
୪-ଅଗଷ୍ଟ ୧୬ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟରେ ହେବ ପାଠପଢ଼ା ଆରମ୍ଭ, ସମସ୍ତ କଲେଜ ମଧ୍ୟ ପାଠପଢ଼ା ଆରମ୍ଭ କରିବାକୁ UGCର ନିର୍ଦ୍ଦେଶ।
୫-ପୁରୀ:ସେବାୟତଙ୍କ ମଧ୍ୟରେ ବିବାଦରୁ ନୀତି ବିଭ୍ରାଟ । ବିଳମ୍ବରେ ହେଲା ବନକ ଲାଗି ଓ ହେରାପଞ୍ଚମୀ । ଭୋରରୁ ପଡିଲା ପହୁଡ଼, ରାତି ଅନିଦ୍ରା ରହିଲେ ଶ୍ରୀଜିଉ।
୬-ଆଜିଠୁ ସ୍ପେଶାଲ ଓଜେଇଇ, ୨୬, ୨୭, ୨୯ ତାରିଖରେ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା, ୪ଟି ସିଫ୍ଟରେ ସିବିଟି ମୋଡ୍ରେ ହେବ ପରୀକ୍ଷା।
୭-ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି, ବିଜେ ହେଲା ଆଜ୍ଞାମାଳ, ତିିନ ରଥ ନେଲେ ଦକ୍ଷିଣ ମୋଡ଼।
୮-ଭୁବନେଶ୍ୱର:ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ପୋଲିସ୍, ରାତିରେ ରାଜଧାନୀରେ ହେଉଛି କଡାକଡି ଚେକିଂ।
୯-ମୃତ୍ୟୁ ପରେ ଜୀବିତ ରହିଲେ ପ୍ରସନ୍ନଜିତ । ବ୍ରେନଷ୍ଟ୍ରୋକରେ ମୃତ ଘୋଷଣା ପରେ ଅଙ୍ଗଦାନ କଲେ ପରିବାର । କିଡନୀ, ଫୁସଫୁସ, ଲିଭର ଦାନ କରି ବଞ୍ଚାଇଲେ ୪ ଜୀବନ।
୧୦-ନୀଳଗିରି: ସ୍ନୋ ୱାର୍ଲ୍ଡ ମେରାଇନ ଏକ୍ସପୋର୍ଟ କାରଖାନାରେ ବିଷାକ୍ତ ହେଲା ରାତ୍ର ଭୋଜନ ; ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର।
୧୧-ଭୁବନେଶ୍ୱର:ସମସ୍ୟାର ସମାଧାନ କରିବେ କହି ନାଗା ବାବା ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନାଗହଣା, ନନ୍ଦନକାନନ ଥାନାରେ ହୋଇଛି ଅଭିଯୋଗ।
୧୨-ସୋର:ବାସି ଭୋଗ ଖାଇ ୧୫ ଜଣ ଅସୁସ୍ଥ, ଜଣେ ମୃତ।
୧୩-ଖୋଲୁଛି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କଳା ଟଙ୍କାର ଗୁମର । ପଥର ଓ ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ପ୍ରଶାନ୍ତ ରାଉତ।
୧୪-ଆଳି ଭୁଇଁପୁରଛକ:ପୁରୀରୁ ଶବ ସଂସ୍କାର କରି ଫେରୁଥିବା ବେଳେ ଟ୍ରକ୍କୁ ଧକ୍କା ଦେଲା କାର୍, ୫ ଗୁରୁତର।
୧୫-ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ, ୪୫୦ କୋଟି ଟଙ୍କାରେ ଚମକିବ ୬୪ ଏକର ପରିମିତ ଅଞ୍ଚଳ।
୧୬-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ:ଚାଷୀଙ୍କ ବିଲରେ ସଢୁଛି କଖାରୁ, ଅଭାବୀ ବିକ୍ରିର ଶିକାର ହେଲେ ଚାଷୀ।
୧୭-କଟକ:ସ୍ବତନ୍ତ୍ର ଅଲିମ୍ପିକ୍ସ, ଓଡ଼ିଶାକୁ ୮ ପଦକ ; ଅରିଦିତା ଜିତିଲେ ୨ଟି।
୧୮-ସ୍ବାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ, ସମ୍ପତ୍ତି ଉପରେ ଉଭୟଙ୍କର ଥାଏ ସମାନ ଅଧିକାର: ମାଡ୍ରାସ ହାଇକୋର୍ଟ।
୧୯-ପଶ୍ଚିମବଙ୍ଗରେ ଦୁଇ ମାଲ୍ବାହୀ ଟ୍ରେନ୍ ପରସ୍ପର ଧକ୍କା, ଓଲଟିଲା ଇଞ୍ଜିନ।
୨୦-ପିରାମିଡ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ । ଆମେରିକା ପରେ ଇଜିପ୍ଟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ । ଗ୍ରେଟ୍ ପିରାମିଡ ଅଫ୍ ଗିଜା ଓ ଅଲ୍ ହାକିମ୍ ମସଜିଦ୍ କଲେ ପରିଦର୍ଶନ।
୨୧-କେଦାରନାଥ ଧାମ୍ ଯାତ୍ରାରେ ବର୍ଷା ବାଧକ; ସୋନପ୍ରୟାଗରେ ଅଟକିଲେ ଶ୍ରଦ୍ଧାଳୁ।
୨୨-କାଇରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନିଲ’ରେ ସମ୍ମାନିତ।