ଖବର ସାରାଂଶ…ତାରିଖ ୨୧-୦୭-୨୦୨୪/ରବିବାର

୧-ଭୁବନେଶ୍ଵର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ ମାର୍କ। କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ।

୨-ସ୍କୁଲରେ ଯୋଗଶିକ୍ଷା ବାଧ୍ୟତାମୂଳକ: ପ୍ରାର୍ଥନା ପରେ ୧୦ ମିନିଟ କରିବେ ଯୋଗ ବା ପ୍ରାଣାୟମ।

୩-ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ଅତିଥି ଭୋଜନ , ପୃଷ୍ଟିକର ଖାଦ୍ୟ ଖାଇବେ ପିଲା।

୪-ଶଙ୍ଖ ଭବନ ପ୍ରସଙ୍ଗ: ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି।

୫-ରାଜ୍ୟରେ ଲଗାଣ ବର୍ଷାରେ ସ୍ଥିତି ବେହାଲ; ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି।

୬-ବିଭିନ୍ନ ସମସ୍ୟା ପ୍ରତିବାଦରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ଜାରି।

୭-ଭୁବନେଶ୍ଵର: ବଦଳିଲା କ୍ରୀଡ଼ା ପୁରସ୍କାର ନାଁ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ରାଜ୍ୟ କ୍ରୀଡ଼ା ପୁରସ୍କାର।

୮-ବିଧାନସଭା ଅଧିବେଶନ ପାଇଁ ବିଜେଡିର ରଣନୀତି: ଦରବୃଦ୍ଧି, ରଥଯାତ୍ରା ପରିଚାଳନା, ଆଇନଶୃଙ୍ଖଳା, ଏଏସଓଙ୍କୁ ମାଡ ଘଟଣା ଓ ବାଲେଶ୍ବର ହିଂସା ନେଇ ସରକାରଙ୍କୁ ଘେରିବ ଦଳ।

୯-ଦିନକ ପରେ ଶ୍ରାବଣ ସୋମବାର , କାଉଡ଼ିଆଙ୍କ ପାଇଁ ମନ୍ଦିରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।

୧୦-କୁକୁର ଓ ବିଲେଇଙ୍କ ପାଇଁ ହେବ ଶବ ସତ୍କାର କେନ୍ଦ୍ର: ସ୍ୱାସ୍ଥ୍ୟ ଓ ପରିମଳକୁ ବିଏମ୍‌ସିର ଗୁରୁତ୍ୱ।

୧୧-ଦକ୍ଷିଣ ଓଡିଶାରେ ବନ୍ୟା ସ୍ଥିତି: ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି, ରାସ୍ତା ଓ ମେଡିକାଲରେ ପାଣି ଆଉ ପାଣି।

୧୨-ନବୀନଙ୍କ ପାଇଁ ବିଜେଡିରେ ନୂଆ ପଦ: ନିଜ କାନ୍ଧକୁ ନେଲେ ଦିଲ୍ଲୀ ଦାୟିତ୍ବ, ସୃଷ୍ଟି କଲେ ସଂସଦୀୟ ଦଳର ଅଧ୍ୟକ୍ଷ ପଦ।

୧୩-ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ।

୧୪-ବଲାଙ୍ଗୀର ଜିଲ୍ଲା ବେଲପଡା:ଭାରସାମ୍ୟ ହରାଇ ବାଇକ୍-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର।

୧୫-କୋରାପୁଟ:୨୬ନଂ ଜାତୀୟ ରାଜପଥରେ ଜଳିଗଲା କାର,ସର୍ଟ ସର୍କିଟ ଘଟି ନିଆଁ ଲାଗିଥିବା ସନ୍ଦେହ।

୧୬-କନ୍ଧମାଳ:୨ଟି ବାଘଛାଲ ଜବତ,୫ ଶୀକାରି ଗିରଫ।

୧୭-ସୋର:୫ ଆନ୍ତଃରାଜ୍ୟ ଡକାୟତ ଗିରଫ, ଦୁଇଟି ଲୁଟ୍ ଘଟଣାରେ ଥିଲେ ସମ୍ପୃକ୍ତ।

୧୮-SBIରେ ପୂରଣ ହେବ ଅଫିସର୍ ପଦବୀ; ୧୦ ହଜାରରୁ ଅଧିକ ପଦବୀ ପାଇଁ ଚାଲିଛି ଆବେଦନ।

୧୯-ପ୍ରକାଶ ପାଇଲା ନିଟ୍‌-ୟୁଜି ପରୀକ୍ଷା ଫଳ, ଏନଟିଏ ଓ୍ବେବସାଇଟ nta.ac.in ରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ ହୋଇଛି।

୨୦-ଷ୍ଟାରଲିଙ୍କ ସହ ମିଶି ଦୌଡିବ ବିଏସଏନଏଲ୍! ଟେନସନରେ ଜିଓ, ଏୟାରଟେଲ୍।

୨୧-ଆସାମର ତିନସୁକିଆ ଜିଲ୍ଲାର ଡିରାକରେ ମିଳିଲା ଗ୍ୟାସର ନୂଆ ଭଣ୍ଡାର।

Leave A Reply

Your email address will not be published.