ସୋଆ ମୁନ୍‌-୨୧ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ ୟୁନାଇଟେଡ୍ ନେସନସ୍ (ସୋଆ ମୁନ୍‌-୨୦୨୧) ଉଦ୍‌ଯାପିତ ହୋଇଯାଇଛି । ଗତ ଡିସେମ୍ବର ୪ ତାରିଖ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିବା ବେଳେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରପେସର ବିଜୟ କୁମାର ସାହୁ ଓ ସିନିୟର ପ୍ରଫେସର ସରୋଜ ମହାନ୍ତି ଯୋଗ ଦେଇଥିଲେ ।

ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଥିବା ଅର୍ନ୍ତନିହିତ ଶକ୍ତିକୁ ଅନୁଭବ କରି ଭବିଷ୍ୟତର ବିଶ୍ୱକୁ ପରିବର୍ତନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେହିପରି ପ୍ରଫେସର ସାହୁ କହିଥିଲେ ଯେ ଲକ୍ଷ୍ୟ ହାସଲ ପାଇଁ କିଛି ବି ଅସମ୍ଭବ ନୁହେଁ ।

ଏହି କାର୍ଯ୍ୟକ୍ରମରେ ସୋଆ ମୁନ୍‌ର ସେକ୍ରେଟାରୀ ଜେନେରାଲ୍ ଅଂଶୁମାନ ରାୟ, ଡେପୁଟି ସେକ୍ରେଟାରୀ ଜେନେରାଲ୍ ଶାସ୍ୱତ ମହାପାତ୍ର ଓ ଦିନେଶ ପାଣି ସୋଆ ମୁନ୍‌-୨୧ର ସଫଳତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Leave A Reply

Your email address will not be published.