ବ୍ଲକ ଅଧ୍ଯକ୍ଷାଙ୍କ ନିକଟରେ ଅଭିଯୋଗ କଲେ ଅଙ୍ଗନବାଡ଼ି କେନ୍ଦ୍ରର ହିତାଧିକାରୀ

ଖଇରା, ;- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପଦୁନା ଅଙ୍ଗନବାଡ଼ି କେନ୍ଦ୍ରର ହିତାଧିକାରୀ ମାନେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ କେନ୍ଦ୍ରର ଗରମ ରନ୍ଧନ ଓ ସକାଳ ଜଳଖିଆ ଟିଏଚ ଆର(THR) ଅତିରିକ୍ତ ଦାୟିତ୍ୱ ସାନକମାରୀ ଅଙ୍ଗନବାଡ଼ି କର୍ମୀ ପୁଷ୍ପକାନ୍ତି ଜେନା ନେଇଛନ୍ତି । ମାତ୍ର ଦୁଃଖର କଥା ଶ୍ରୀମତୀ ଜେନା ମାର୍ଚ୍ଚ ଓ ଏପ୍ରିଲ ୨ ମାସର ଅଣ୍ଡା ଓ ଖାଦ୍ୟ ବଣ୍ଟନ କରି ନାହାନ୍ତି । ଗତ ତା ୨୮/୩/୨୨ରିଖରୁ ୩ ରୁ ୬ ବର୍ଷ ବୟସର ପିଲାମାନେ କେନ୍ଦ୍ରକୁ ଯାଇ ଉପବାସରେ ଫେରୁଛନ୍ତି । ସରକାରଙ୍କ ତରଫରୁ ଆସିଥିବା ସୁଇଟର ଓ ଜୋତା ମଧ୍ୟ ବଣ୍ଟନ ନ କରି ସମସ୍ତ ଅର୍ଥକୁ ହଡପ କରିଛନ୍ତି । ଯାହା ତଦନ୍ତ ସାପେକ୍ଷ ଅଟେ । ପଦୁନା ଅଙ୍ଗନବାଡ଼ି କର୍ମୀଙ୍କୁ ଓ ବର୍ତ୍ତନା ଗ୍ରାମପାୟତର ସମିତି ସଭ୍ୟାଙ୍କ ନାମରେ ଯୁଗ୍ମ ପାସ୍ ବୁକ୍ ଖୋଲି ଗରମ ରନ୍ଧନ ଖାଦ୍ୟ ଓ ସକାଳ ଜଳଖିଆର ଦାୟିତ୍ୱ ଦେଲେ ପଦୁନା ଗ୍ରାମର ସମସ୍ତ ହିତାଧିକାରୀ ମାନେ ଉପକୃତ ହେବେ ବୋଲି ସ୍ବର୍ଣ୍ଣପ୍ରଭା ପୃଷ୍ଟି, ମାନସୀ ମହାରଣା, ସୀନା ରାଉତ, ବୈକୁଣ୍ଠ ନାଥ ଜେନା, ପ୍ରିୟଦର୍ଶନୀ ବଳ, ସଞ୍ଜୁକ୍ତା ବେହେରା, ଦାମିନୀ ବେହେରା, ତରୁଲତା ବେହେରା, ରିନା ସାହୁ, ଲିନାରାଣୀ ଜେନା ଓ ଅପରାଜିତା ରାଉତ ପ୍ରମୁଖ ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କୁ କାର୍ଯ୍ୟାଳୟରେ ଭେଟି ଜଣାଇଛନ୍ତି । ଅଭିଯୋଗ ଗ୍ରହଣ କରି ସଙ୍ଗେ ସଙ୍ଗେ ଅଧ୍ଯକ୍ଷା ଶ୍ରୀମତୀ ସାହୁ ଏହାର ଉପଯୁକ୍ତ ତଦନ୍ତ ନିମନ୍ତେ CDPO ଖଇରାଙ୍କ ନିକଟକୁ ପଠାଇ ଦେଇଛନ୍ତି । ମତାମତ ପାଇଁ CDPOଙ୍କୁ ଯୋଗାଯୋଗ କରିବାରୁ ଏବାବଦରେ ମିଟିଂ ଡକାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଦେଖାଯାଉ ମିଟିଂରେ କ’ଣ ନିଷ୍ପତ୍ତି ହେଉଛି, ଅଭିଯୋଗକାରୀଙ୍କୁ କି ନିଷ୍ପତ୍ତି ଶୁଣାଉଛନ୍ତି CDPO ମାଡାମ୍ , ଦେଖିବାକୁ ବାକି ରହିଲା ।। 

Leave A Reply

Your email address will not be published.