ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ସ୍ଥାନ ପାଇଲେ ସଂହିତା, ପ୍ରିୟମ୍ବଦା ଓ ସଞ୍ଜୁକ୍ତା 

ବାଲେଶ୍ବର- ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସାହିତ୍ୟ ଅନୁଷ୍ଠାନର ବାର୍ଷିକ ଉତ୍ସବରେ କବି କବୟିତ୍ରୀ ମାନେ କବିତା ପାଠ କରିଥାନ୍ତି । କିନ୍ତୁ ଗଦ୍ୟ ପାଠ କେଉଁଠି ହେଲେ ହୋଇନଥାଏ । ଏହାଦ୍ବାରା ସାହିତ୍ୟ ଜଗତରୁ ଧୀରେ ଧୀରେ ଗଦ୍ୟ ସାହିତ୍ୟ ଲୋପ ହେଉଥିବାର ଦୃଷ୍ଟିଗୋଚର ହେଉଥିଲା । ଠିକ୍ ଏତିକି ବେଳେ ଗଦ୍ଯ ସାହିତ୍ୟକୁ ସାହିତ୍ୟ ଜଗତରେ ବଞ୍ଚାଇ ରଖିବା ନିମନ୍ତେ କବିକମଳ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ୨୦୧୯ ମସିହାରେ ଗଢି ଉଠିଛି ମୋ ଅନୁଷ୍ଠାନ । ଯାହାର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା । ଗଦ୍ୟ ସାହିତ୍ୟର ବୃଦ୍ଧି ସକାଶେ ମୋ ଅନୁଷ୍ଠାନ ପ୍ରତ୍ୟେକ ମାସ ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରିଥାଏ । ଏହି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଭାଗ ନେଇଥାନ୍ତି । ଗଦ୍ଯ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ରାଜ୍ୟ ସ୍ତରୀୟ ସାପ୍ତାହିକ, ପାକ୍ଷିକ ଓ ମାସିକ  ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ସେହି ପରିପ୍ରେକ୍ଷୀରେ ଗତ ତା ୨୫/୫/୨୦୨୨ ରିଖର ପ୍ରସଙ୍ଗ ( କ୍ଷୁଦ୍ରଗଳ୍ପ) ଥିଲା- ” ମଶାଣି ଫୁଲ ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯଥା- ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ଼, ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର, ପ୍ରିୟମ୍ବଦା ରାଉତ, ମାଲକାନଗିରି, ସଞ୍ଜୁକ୍ତା ସାହୁ, ଜଗତସିଂହପୁର ଓ ଅକ୍ଷୟ କୁମାର ଆଚାର୍ଯ୍ୟ, ଜଗତସିଂହପୁର ପ୍ରମୁଖ ମୋଟ ୬ ଜଣ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି, ଅନୁଷ୍ଠାନର ସମୀକ୍ଷିକା ତାନଶ୍ରୀ ପାଣିଗ୍ରାହୀ(କବୟିତ୍ରୀ ଓ ଶିଶୁ ମନ୍ଦିର ଆଚାର୍ଯ୍ୟା) ଏବଂ ସୁନିତା ପରିଡାଙ୍କ ସମୀକ୍ଷାରୁ ସଂହିତା ଜେନା ପ୍ରଥମ, ପ୍ରିୟମ୍ବଦା ରାଉତ ଦ୍ବିତୀୟ ଏବଂ ସଞ୍ଜୁକ୍ତା ସାହୁ ତୃତୀୟ ସ୍ଥାନ ଅଳଙ୍କୃତ କରି ସୁଖରେ । କିନ୍ତୁ ଯେଉଁମାନଙ୍କ ଲେଖା ଅଧିକ ଶବ୍ଦ ବିଶିଷ୍ଟ ଥିଲା ସେମାନଙ୍କୁ ବାଦ୍ ଦିଆଯାଇଛି ।

     ଚଳିତ ବର୍ଷ ଡିସେମ୍ବର ମାସ ହେବାକୁ ଥିବା ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଚାର ପ୍ରସାର ମାଧ୍ୟମରେ ।।

Leave A Reply

Your email address will not be published.