ବାଲିଆପାଳ – ବାଲିଆପାଳ ବ୍ଲକ ର ଦେଭୋଗ ସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ନୂଆ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ଗୌରାଙ୍ଗ ରାଉତ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରି ଛନ୍ତି।ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଗିରି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।ଅଧ୍ୟକ୍ଷ ରାଉତ ପୂର୍ବରୁ ଏହି କଲେଜର ସଂସ୍କୃତ ଭାଷା ସାହିତ୍ୟ ବିଭାଗ ର ମୁଖ୍ୟ ରହିଥିଲେ।ସେ ମଧ୍ଯ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଟା କଲେଜରେ ସଂସ୍କୃତ ବିଭାଗ ଅଧ୍ୟାପକ ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିଲେ।ପ୍ରାଧ୍ୟାପକ ରାଉତ ଦାୟୀତ୍ବ ଗ୍ରହଣ ପରେ କଲେଜର ଭିତ୍ତିଭୂମି ର ବିକାଶ ଓ ଶୈକ୍ଷିକ ବାତାବରଣ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।କଲେଜର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଙ୍କ ପୂର୍ଣ୍ଣ ସହଯୋଗ ରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ମଧ୍ୟ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।