ବାଲିଆପାଳ- ବୁଧବାର ଅପରାହ୍ନରେ ବାଲିଆପାଳ ସୁବର୍ଣ୍ଣରେଖା ଫାଇପ ଟି ହାଇସ୍କୁଲର ସ୍ମାର୍ଟ୍ କ୍ଲାସ ରୋମ ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି। ଫାଇପ ଟି ର ସଚୀବ ଭି କେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ପୌରହିତ୍ୟରେରେ ବାଲେଶ୍ଵର ଜିଲ୍ଲାରେ ଦିତୀୟ ପ୍ରଯ୍ୟାୟରେ ଫାଇପ ଟି ବିଦ୍ୟାଳୟ ଓ ସ୍ମାର୍ଟ୍ କ୍ଲାସ ରୋମ ରୂପାନ୍ତରିତ ସ୍କୁଲ ର ଲୋକାର୍ପଣ ଉତ୍ସବ ଜଳେଶ୍ଵର ହାଇସ୍କୁଲ ପରିସରରୁ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି ।ଜଳେଶ୍ବର ହାଇ ସ୍କୁଲ ରେ ଅନୁଷ୍ଠିତ ଉତ୍ସବରେ ଏ ମ ପି ପ୍ରତାପ ଷଡଙ୍ଗୀ,ସିମୁଳିଆ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ଜଳେଶ୍ବର ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର,ଭୋଗରାଇ ବିଧାୟକ ଅନନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିବ ବେଳେ ସୁବର୍ଣ୍ଣରେଖା ହାଇସ୍କୁଲ ର
ଉଦଘାଟନୀ ଉତ୍ସବରେ ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା,ଏବିଓ ନାମିତ ପ୍ରଭା ସାମଲ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୟ କୁମାର ଜେନା, ଶିକ୍ଷକ ଶୁକଦେବ ମହାନ୍ତି, ରାଜେନ୍ଦ୍ର ବେହେରାଙ୍କ ସହିତ ବିଦ୍ୟାଳୟର ଛାତ୍ରୀ ଛାତ୍ର, ଜନ ପ୍ରତିନିଧି ବାଲିଆପାଳ ପଞ୍ଚାୟତର ସପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦାସ,୨୩ ନମ୍ୱର ଜୁନର ଜିଲ୍ଲାପରିଷଦ ସଦସ୍ୟ ବେଣୁଧର ଜେନା, ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ସୁଶାନ୍ତ ଚକ୍ରବର୍ତ୍ତୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ହୃଦୟ ରଞ୍ଜନ ତ୍ରିପାଠୀ, ନବୀନ କୁମାର ପାତ୍ର ଙ୍କ ସହିତ ବାଲିଆପାଳ ପଞ୍ଚାୟତର ପଞ୍ଚାୟତସ୍ତରୀୟବିଭିନ୍ନ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।