ମାସ ପୁରିନି ଭାଙ୍ଗିଗଲା ଗଡ଼ୱାଲ, ବ୍ଳକ ଅଧକ୍ଷାଙ୍କ ସ୍ଵାମୀ ନିଜେ କରିଥିଲେ କାମ 

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ  ଦୁର୍ନୀତିର ଗନ୍ତାଘର ପାଲଟିଛି ବଙ୍ଗୋମୁଣ୍ଡା ବ୍ଲକ, ଏଠି ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ ସ୍ୱାମୀ ଭୋଳନାଥ ବେହେରା ଯେତେବେଳେ ନିଜେ ସିନ୍ଧେକେଲା ବାଣୀ ଭଗାର ପୋଖରୀ ମୁଣ୍ଡରେ ନିର୍ମାଣ ହେଉଥିବା ମିନି ପାର୍କ ତିଆରି କରୁଛନ୍ତି, ତେବେ ଗାଡ଼ୱାଲ କମ ସିରମେଣ୍ଟ. ବାଳି. ଚିପ. ବଦଳରେ ବୋଲଡର ପଥରରେ ତିଆରି କରୁଥିବା ବେଳେ ତିଷ୍ଟି ନପାରୀ ଗାଡ଼ୱାଲ ଗୋଟିଏ ମାସରେ ହିଁ ଭୁଶୁଡ଼ି ପଡିଛି I

ପାର୍କରେ ଏବେ ସୁଦ୍ଧା  ୩୦ ରୁ ୪୦ ଲକ୍ଷ  ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ପାର୍କର କାମ ୨୦ ରୁ ୨୫ ଭାଗ କାମ ଆଗକୁ ବଢ଼ି ପାରିଛି, ଆଉ କେତେ ଲକ୍ଷ ଟଙ୍କା ହେଲେ ପାର୍କ ସମ୍ପୂର୍ଣ୍ଣ ହେବ ଏହା ଏବେ ଅଞ୍ଚଳରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ବିନା ସୂଚନା ଫଳକରେ କି ଭଳି ଭାବେ ଲକ୍ଷ ଲକ୍ଷ ଟଙ୍କାର କାମ କରି ବିଳ ପାସ କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ବ୍ଲକ ପ୍ରଶାସନଙ୍କ ମଧୁ ଚନ୍ଦ୍ରିକା ସାଧାରଣ ଜନତାଙ୍କ ଲକ୍ଷ ଲକ୍ଷ ଟଙ୍କା କୁ କିଭଳି ହଡପ କରାଯାଉଛି ଏହା ଏକ ନମୁନା ଅଟେ I

ତେବେ ସରକାରୀ ହିସାବରେ ବିନା ସୂଚନା ଫଳକ ରେ କୌଣସି କାମ ହୋଇ ପାରିବ ନାହିଁ ହେଲେ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ ଙ୍କ ପାଇଁ ଅଲଗା ନିୟମ ଅଛି କି.?।  କାହା ଚାପରେ JE ଚେପାହୋଇଛନ୍ତି . ଓ ଜେଇଙ୍କ କାର୍ଯ୍ୟ କଳାପ ସନ୍ଦେହ ଜନକ ସୃଷ୍ଟି ହୋଇଛି I ତେବେ ଏ ବିଷୟରେ ଆମ ପ୍ରତିନିଧି ବଙ୍ଗୋମୁଣ୍ଡା JE ପାଟଶାଣୀ ଙ୍କୁ ପଚାରିବାରୁ ସେ  କହିଛନ୍ତି ଏ ବିଷୟରେ ଅବଗତ ଅଛି ମୁଁ ସ୍ପଟ କୁ ଦେଖିବା ପାଇଁ ଯିବି ବୋଲି କହିଥିଲେ,  ହେଲେ JE ଆସିଲେ ନାହିଁ ଲକ୍ଷ ଲକ୍ଷ ଟଙ୍କାର ଗାଡ଼ୱାଲ କାମ ହେଲା ବେଳେ JE କାହିଁକି ନିଜେ ତଦାରଖ କରୁନାହାନ୍ତି JE ବ୍ଲକ ରେ ବସି କାଗଜ କଲମ ରେ ହିଁ କାହିଁକି ବିଳ କରୁଛନ୍ତି କଣ ବ୍ଲକ ଅଧ୍ୟକ୍ଷାଙ୍କୁ ଡ଼ରୁଛନ୍ତି  ନା ତାଙ୍କ ସ୍ୱାମୀ ଙ୍କୁ ଡ଼ରୁଛନ୍ତି.?।

କାହିଁକି ଗାଡ଼ୱାଲ ଭାଙ୍ଗିଲା କଣ ପାଇଁ ଭାଙ୍ଗିଲା  JE ପାଟଶାଣୀ ଏହାର ତଦନ୍ତ କରିପାରିବେ କି .?  ପ୍ରକୃତ ତଦନ୍ତ କଲେ ହିଁ ପ୍ରକୃତ କାରଣ ଜଣା ପଡିବ ବୋଲି ଅଞ୍ଚଳରେ ଦାବି ହେଉଛି, ତଦନ୍ତ ମଧ୍ୟ ସ୍ଥାନୀୟ  ନେତାଙ୍କ ଚାପରେ ତଦନ୍ତ ବନ୍ଦ ହୋଇ ଯିବ ନାହିଁ  ତୋ,  ଯଦି ଏବେ ତଦନ୍ତ ହେଲେ ବି ସେହି ଭ୍ରଷ୍ଟାଚାରି ନେତାଙ୍କ ସପକ୍ଷରେ ତଦନ୍ତ ହେବ ନି ତୋ.?

ବର୍ତ୍ତମାନ ଏଦିଗରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ପ୍ରଶାସନ ପକ୍ଷରୁ ଯଦି ତଦନ୍ତ କରାଗଲେ ପ୍ରକୃତ ଘଟଣା ଉପରେ ପରଦା ହଟାଇ ପାରିବେ ନା ନାହିଁ, ଅନ୍ୟ ପକ୍ଷରେ ବ୍ଲକ ଅଧକ୍ଷାଙ୍କ ସ୍ଵାମୀ ଯଦି ଏଭଲି ଭ୍ରଷ୍ଟାଚାର କରୁଛନ୍ତି ତେବେ ଠିକାଦାର ମାନେ କି ପ୍ରକାର କାର୍ଯ୍ୟ କରୁଥିବେ ତାହା ଅନୁଧ୍ୟାନ କରି ପାରିବେ, ଯେଉଁ ମାନେ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଲନ କରିବା ଉଚିତ୍ ସେମାନେ ହିଁ ଭ୍ରଷ୍ଟାଚାର କରୁଥିବା ବେଳେ ବିକାଶ ର କଥା ଭାବିବା କେତେ ଯେ ଯୁକ୍ତିଯୁକ୍ତ ତାହା ଅନୁଧ୍ୟାନ କରିପାରିବେ ସାଧାରଣ ଲୋକେ 

Leave A Reply

Your email address will not be published.