କାହା ପାଇଁ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର

 ଶ୍ରମିକମାନଙ୍କ ଦେଖା ନାହିଁ ଦଳୀୟ କର୍ମୀଙ୍କ ଭିଡ଼
 ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପେକ୍ଷା

ଖପ୍ରାଖୋଲ – ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା , ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩ , ଆଇ ସି ଡ଼ି ଏସ ଯୋଜନା , ମମତା ଯୋଜନା ର ୨୦୨୦-୨୧ ଆର୍ଥିକ ବର୍ଷ ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ! ଯେଉଁଥିରେ ବ୍ଲକର ଶ୍ରମିକ ଓ ଜନ ସାଧାରଣ ମାନଙ୍କୁ ଆର୍ଥିକ ବର୍ଷ ରେ କେତେ ଦିନ ଶ୍ରମ ଦିବସ ସୃଷ୍ଟି ହୋଇଛି ! ଉକ୍ତ ଯୋଜନାରେ ରେ କେତେ ଜଣ ଶ୍ରମିକ ନିଯୁକ୍ତି ପାଇଥିଲେ ! ଆର୍ଥିକ ବର୍ଷ ରେ ଅନୁଦାନ ଅର୍ଥ ର ବିବରଣୀ , ମାଷ୍ଟର ରୋଲ ଆଦି ବିଷୟରେ ଜନ ଶିବିର ରେ ତାହାର ସ୍ୱଚ୍ଛତା ଆଣିବା ପାଇଁ ଅନୁଷ୍ଠିତ ହୋଇଥାଏ ! କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ବ୍ୟତିକ୍ରମ କରିଥିବା ଦେଖିବାକୁ ମିଳୁଛି ପ୍ରସାର ପ୍ରଚାର ତ ଦୂରର କଥା ଶ୍ରମିକ ମାନଙ୍କୁ ଜଣ ଶୁଣାଣି ବିଷୟରେ କିଛି ସୂଚନା ଦିଆଯାଇ ନାହିଁ ! ଶିବିର ରେ କେବଳ ଦଳୀୟ କର୍ମୀ , ନେତା ଓ ପ୍ରଶାସନ ଅଧିକାରୀ ମାନେ ସାମିଲ ରହି ଜନ ଶୁଣାଣି ଶିବର କୁ ଶେଷ କରିଦେଇଥିବା ଦେଖିବାକୁ ମିଲିଛି ! ଏପରିକି ଉକ୍ତ କାର୍ଯ୍ୟକ୍ରମ କୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଜନ ଶୁଣାଣି ଶିବିର ବିଷୟରେ କୌଣସି ସୂଚନା ଦିଆଯାଇନଥିବା ଯୋଗୁ ବେଲପଡା ବ୍ଲକ ର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଆସନ୍ତ୍ତୋଷ ପ୍ରକାଶ କରିଛନ୍ତି !ବେଲପଡା ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ସରକାର ତରଫରୁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି ! କିନ୍ତୁ ସ୍ଥାନୀୟ ପ୍ରଶାସନ କେତେକ ଲୋକଙ୍କୁ ନେଇ ଜନଶୁଣାଣୀ ଶିବିର ଆୟୋଜନ କରିଥିବାରୁ ଏହା କାହା ସ୍ୱାର୍ଥରେ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି ! ଏହି ଜନ ଶୁଣାଣି ଶିବିର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର , ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷ୍ୟା ଟିନା କୁମ୍ଭାର , ଉପାଧକ୍ଷ୍ୟା ଦୁର୍ୟୋଧନ କୁମ୍ଭାର , ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର , ଜିଲାପରିସଦ ସଦସ୍ୟ ଜୟ ଧାରୁଆ , ସିଡିପିଓ ମୃଣ୍ମୟୀ ଭୋଇ ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ! ଏନେଇ ବେଲପଡା ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ !

Leave A Reply

Your email address will not be published.