କଂଗ୍ରେସ ନେତୃତ୍ଵରେ ବନ୍ଦର ବିରୋଧ ଆନ୍ଦୋଳନ ତେଜୁଛି

ବାଲିଆପାଳ :  ପୁଣି ତେଜିଲା ସୁବର୍ଣ୍ଣରେଖା ବନ୍ଦର ବିରୋଧୀ ଅଭିଯାନ। ଶନିବାର ଡଗରା ବେଳାଭୂମି ସ୍ଥ ଡ଼ାକବଙ୍ଗଳାରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀ ମାଧ୍ୟମରେ କଂଗ୍ରେସ ଦେଲା ସରକାର କୁ ଚେତାବନୀ। ବନ୍ଦର ଓ ପେଟ୍ରୋ କେମିକାଲ ପ୍ଲାଣ୍ଟ ହେଲେ ସରକାରଙ୍କୁ କଡ଼ା ଜବାବ ଦିଆଯିବ ।ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଚଉମୁଖ  ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ  ଦୀର୍ଘ ୧୪ ବର୍ଷ ଧରି ଭିଟାମାଟି ସୁରକ୍ଷା କମିଟି ବିରୋଧ କରି ଆସୁଥିବା ବେଳେ , କିଛି  ସରକାରୀ ଦଳର ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି  ଟାଟା କମ୍ପାନୀର ଦଲାଲ ସାଜି ନିଜ ଭିଟାମାଟି କୁ କମ୍ପାନୀ ହାତକୁ ଟେକିଦେଇ  ଅର୍ଥ ରୋଜଗାର କରିବାର ନିଶାରେ ବନ୍ଦର ସପକ୍ଷ ରେ ଖବର ଦାତା ସମ୍ମିଳନୀ କରି ବନ୍ଦର ସପକ୍ଷରେ ଯୁକ୍ତି ବାଢ଼ିବା ସହିତ ବିଭିନ୍ନ ବିଭ୍ରାନ୍ତି କର ମନ୍ତବ୍ୟ ଦେଇ  ବନ୍ଦର ସପକ୍ଷ ରେ ଜନମତ ପାଇଁ ପ୍ରୟାସ କରୁଛନ୍ତି। ହୀନ ଚକ୍ରାନ୍ତ କାରିଂକ ଇଛା କେବେବି ପୂରଣ ହେବନାହିଁ ବୋଲି ସମୁଦ୍ର ଉପକୂଳ  ୨୪ ନମ୍ବର ଜୁନ ର କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟଙ୍କ  ବାବାଜୀ ଦେହୁରୀ, ବାଲିଆପାଳ ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଭିଟାମାଟି ସୁରକ୍ଷା କମିଟିର ସଦସ୍ୟ ତୀର୍ଥ କୁମାର ନାଗ ଓ ନୂଆଁ ଗାଁ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ଦାସ ସହ ଛଅଟି ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ଏକତ୍ରିତ ହୋଇ  ଖବର ଦାତା ସମ୍ମିଳନୀ ମାଧ୍ୟମରେ ବନ୍ଦର ଓ ପେଟ୍ରୋକେମିକାଲ କମ୍ପାନୀ କୁ ବିରୋଧ କରିବା ସହିତ ବିନା ବନ୍ଦର କଣ ବାଲିଆପାଳ ର ବିକାଶ ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରିଥଲେ। ବିକାଶ ଓ ନିଯୁକ୍ତି ଆଶାରେ ବେକାର ଯୁବକ ଯୁବତୀ ମାନଙ୍କ ମନରେ ରଙ୍ଗୀନ ସ୍ୱପନ ଦେଖାଇ ବନ୍ଦର ସପକ୍ଷ ବାଦି ମାନେ ବନ୍ଦର ସପକ୍ଷ ରେ ଜନମତ ସୃଷ୍ଟି କରି ବନ୍ଦର କାମ ତ୍ବରାନ୍ବିତ ହେବାକୁ ପ୍ରଶାସନ ଓ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ହେଲେ ସେମାନେ ନୂଆ ଦେଖି ପୁରୁଣା କୁ ଭୁଲି ଯାଉଇନ୍ତି। ବାଲିଆପାଳ ରେ ଥିବ ସୂତା ମିଲ ଆଜି କେଉଁଠି। ମିଲ ତିଆରି ହୋଇଥିବା ବାଲିଆପାଳ ଲୋକଙ୍କ ଜମି କାହା ହାତରେ ବୋଲି ପ୍ରଶ୍ନ କରିଥିଲେ। ବାଲିଆପାଳ ରେ ଝୁଟ କଳ, ଆଖୁ କଳ ସହିତ ସୁଦୀର୍ଘ ବଲଭୂମି କୁ ଉନ୍ନତି କାରଣ କରି ଟୁରିଜିମ କରିଡ଼ର କରାଯାଉ ବୋଲି ଦାବି କରିଥିଲେ। ଯଦି ସରକାର ବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଚେଷ୍ଟା  କରନ୍ତି ତେବେ ଆଗାମୀ ଦିନରେ ବନ୍ଦର ବିରୋଧୀ ଅଭିଯାନ କୁ ଭିଟାମାଟି ସୁରକ୍ଷା କମିଟି ଓ  କଂଗ୍ରେସ ଦଳ ପକ୍ଷରୁ ତୀବ୍ରରୁ ତୀବ୍ରତର  କରାଯିବାର ଚେତାବନୀ ଦେଇଛି ଭିଟାମାଟି ସୁରକ୍ଷା କମିଟି ଓ ଉପକୂଳ ରେ ନିର୍ବାଚିତ କଂଗ୍ରେସ ଦଳ।

Leave A Reply

Your email address will not be published.