ଖପ୍ରାଖୋଲ ତହସିଲରେ ଯୋଗ ଦେଲେ ତିନି ରାଜସ୍ୱ ନିରୀକ୍ଷକ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ରେ ତିନିଜଣ ନୂତନ ରାଜସ୍ୱ ନିରୀକ୍ଷକ ଯୋଗ ଦେଇଥିବା ଜଣାଯାଇଛି । ତହସିଲ ଅଞ୍ଚଳରେ ୬ ଟି ରାଜସ୍ୱ ନିରୀକ୍ଷକ ସର୍କଲ ରହିଥିବା ବେଳେ ପୁର୍ବରୁ ଜଣେ ମାତ୍ର ରାଜସ୍ୱ ନିରୀକ୍ଷକ ଥିଲେ । ଯାହାଫଳରେ ରାଜସ୍ୱ କାର୍ଯ୍ୟ ପାଇଁ ଲୋକେ ହଇରାଣ ହେଉଥିବା ବେଳେ ରାଜ୍ୟ ସରକାର ୩ ଜଣ ନୂତନ ରାଜସ୍ୱ ନିରୀକ୍ଷକ ନିଯୁକ୍ତି ଦେଇଥିବା ରୁ କିଛି ମାତ୍ରାରେ ସମସ୍ୟାର ସମାଧାନ ହେବ ବୋଲି ଜଣାପଡିଛି । ହେଲେ ସେଥି ମଧ୍ୟରୁ ଜଣେ ତାଲିମ ରେ ଥିବାରୁ କାମରେ ଯୋଗ ଦେଇନଥିବା ଜଣାଯାଇଛି । ନୂତନ ଭାବେ ଯୋଗ ଦେଇଥିବା ସୁବ୍ରତ ରଞ୍ଜନ ଭୋଇ ଙ୍କୁ ଲୁହାସିଙ୍ଗା , ଦୀପକ କୁମାର ସାହୁ ଙ୍କୁ ଖପ୍ରାଖୋଲ ଓ ଧଣ୍ଡ।ମୁଣ୍ଡ। ଦାୟିତ୍ଵ ଦିଆଯାଇଥିବା ବେଳେ ସତ୍ୟ ନାରାୟଣ କୁମୁର ଙ୍କୁ ନନ୍ଦୁପଲା , ତେଲେନପାଲି , ଲାଠୋର ଦିଆଯାଇଥିବା ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.