ଲହୁଣୀପଡ଼।: ବଣେଇଗଡ଼ ଉପଖଣ୍ଡ ରାମ ନବମୀ ଉତ୍ସବ ଖୁବ ଜାକ ଜମକରେ ଆୟୋଜିତ ହୋଇ ଯାଇଛି । ଶତାଧିକ ମହିଳା ଓ ପୁରୁଷ ରାଲିରେ ଭାଗ ନେଇଥିଲେ । ସକାଳୁ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟ ଛାତ୍ର ଛାତ୍ରୀ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ବଜରଙ୍ଗ ଆଖାଡା କମିଟିର ସଦସ୍ୟ ମାନେ ଲାଠି ଖେଳ ଦେଖାଇ ଥିଲେ ।ସହର ସାରା ଗେରୁଆ ପତାକା ରେ ପରିପୂର୍ଣ୍ଣ ହୋଇଥିଲା । ଜୟ ଶ୍ରୀ ରାମ ଧ୍ୱନୀରେ ଗଗନ ପବନ ମୁଖରିତ ହୋଇ ପଡୁଥିଲା ।