କଣ୍ଟିଆଗଡ଼ ଗ୍ରାମରେ ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର କଣ୍ଟିଆଗଡ଼ ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ  ୨୪ ପ୍ରହର ନାମଯଜ୍ଞ ଉପଲକ୍ଷେ ଏକ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା ।ଗଂଜାମ ସହରର ଋଷିକୂଲ୍ୟା ନଦୀ କୂଳରୁ କଣ୍ଟିଆଗଡ଼,ଗ୍ରାମ ସମେତ ମୟୁରପଦା,ଖଟୁଆକୁଦା,ଗୋଖର କୁଦା,ହୁମ୍ମା, ନିଳାଦ୍ରୀପୁର ଗ୍ରାମର  ମହିଳା ଓ ପୁରୁଷ ମାନେ ସୋମବାର ପ୍ରଭାତ ସମୟରେ ବାଦ୍ୟବାଜଣା ବଜ଼ାଇ ବିରାଟ ଶୋଭାଯାତ୍ରାରେ  ଗଞ୍ଜାମ ସହର ମୁଖ୍ୟରାସ୍ତା ଦେଇ ପ୍ରାୟ ୧୦ କିଲୋମିଟର ଅତିକ୍ରମକରି କଣ୍ଟିଆଗଡ଼  ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚିଥିଲେ।ଉକ୍ତ ଦେବକାର୍ଯ୍ୟରେ ହୁମ୍ମା ପଞ୍ଚ ଦୋଳଯାତ୍ରା ରେ ସାମିଲ ହେଉଥିବା ପ୍ରତ୍ୟେକ ଠାକୁରଙ୍କ ଚଳତି ପ୍ରତିମା ସମୂହ ଯଜ୍ଞ ମଣ୍ଡପ କୁ ଶୋଭାଯାତ୍ରାରେ ପହଞ୍ଚିଥିଲେ କଣ୍ଟିଆ ଗଡ଼ ଗ୍ରାମବାସୀ ଙ୍କ ତରଫରୁ ସମସ୍ତ ଠାକୁର ଙ୍କୁ ଆମନ୍ତ୍ରଣ କରାଯାଇ ସମସ୍ତ ଠାକୁର ମାନଙ୍କୁ କଣ୍ଟିଆଗଡ଼ ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।ପରେ ୨୪ ପ୍ରହର ନାମଯଜ୍ଞ ଓ ଘୃତଯଜ୍ଞ ର ଶୁଭାରମ୍ଭ ହୋଇଥିଲା।ଅଲ ଏହି  କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହେବାକୁ ଯାଉଥିବା ବେଳେ ୬ ତାରିଖରେ ପ୍ରବଚକ ଜିତୁଦାଶଙ୍କ ପ୍ରବଚନ ଆସିଥିବା ବେଳେ ଦୃଷ୍ଟିହୀନ ଭଜନ ସମାରୋହ,୭ ଓ ୮ ତାରିଖ ସନ୍ଧ୍ୟାରେ କଣ୍ଠଶିଳ୍ପୀ ବନ୍ଦିତା ନାୟକ ଙ୍କ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଥିବା ଗ୍ରାମବାସୀ ଙ୍କ ପକ୍ଷରୁ ସୂଚନା ମିଳିଥିଲା ।ଉକ୍ତ ଦେବକାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ଶ୍ରୁଷ୍ଟି କରିଛି। ଏଥି ଦ୍ୱାରା କଣ୍ଟିଆ ଗଡ଼ ବାସୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନାମ ଯଜ୍ଞ ଆଜି ସମାପନ ହୋଇଛି ।

Leave A Reply

Your email address will not be published.