ଓଡ଼ିଶାର ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନର ପ୍ରସ୍ତୁତି ସଭା

ବ୍ରହ୍ମପୁର: ଆମ ଆଦମୀ ପାର୍ଟି ଓଡିଶା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁସନ ଅଫ ଇଂଜିନିୟର୍ସ ର ସଭାଗୃହ ଠାରେ ଆୟୋଜନ କରିଥଲା।ଆପ ଓଡିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଏହି ସଭାରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଅପ୍ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ ରାଜ୍ୟରେ ଆପ ର ସଙ୍ଗଠନ ବିସ୍ତାର ଉପରେ ଆଲୋକପାତ କରିଥିଲେ।ରାଜ୍ୟରେ ବିଦ୍ୟୁତ ସରବରାହ ର ବାସ୍ତବିକ ସ୍ଥିତି ଏବଂ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନର ଯୁକ୍ତିଯୁକ୍ତତା ଏବଂ ଓଡିଶା ପରିପ୍ରେକ୍ଷୀରେ ଏହାର ଉପାଦେୟତା କୁ ନେଇ ଆପ ଓଡ଼ିଶାର ପ୍ରମୁଖ ମୁଖପାତ୍ର ଶ୍ରୀ ରଙ୍ଗାଚରଣ ପ୍ରଧାନ ଆଲୋଚନା କରିଥିଲେ। ବିଜୁଳି ଆନ୍ଦୋଳନ କୁ ପ୍ରାୟ ୨୫ ଲକ୍ଷ ଲୋକଙ୍କ ଘରେ ପହଞ୍ଚେଇବା ପାଇଁ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଆହ୍ବାନ ଦେଇଥିଲେ।ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ସମସ୍ତ କାର୍ଯ୍ୟକର୍ତା ଙ୍କୁ ପ୍ରଦାନ କରାଯାଇଥିଲା।ଏହି ଅଭିଯାନର ସମୟ ଅବଧି ଦୁଇ ମାସ ସ୍ଥିରୀକୃତ କରାଯାଇଥିଲା। ଉକ୍ତ ଦୁଇମାସ ମଧ୍ୟରେ ଆପ ଓଡ଼ିଶାର ସମସ୍ତ କର୍ମକର୍ତ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି ଉଲ୍ଲେଖିତ ଥିବା ଦାବିପତ୍ର କୁ ନେଇ ଘରକୁ ଘର ଯିବେ ଏବଂ ଦସ୍ତଖତ ଅଭିଯାନ ସମ୍ପୂର୍ଣ୍ଣ କରିବା ପରେ,ଉକ୍ତ ସଂଗୃହିତ ଦାବିପତ୍ର କୁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯିବ।
ପ୍ରକାଶ ଥାଉକି ଆପ ଶାସିତ ଦିଲ୍ଲୀ ରାଜ୍ୟ ଏକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ନହୋଇ ମଧ୍ୟ ଏହାର ବିଦ୍ୟୁତ ଉପଭୋକ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଥାନ୍ତି ଏବଂ ପଞ୍ଜାଵ ରେ ୩୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନ କରିବା ପାଇଁ ଆପ ପ୍ରତିଶ୍ରୁତିବଦ୍ଧ।ଏହି ଦାବିକୁ ନେଇ ଗତବର୍ଷ ଆପ ଓଡିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ୭-ଏପ୍ରିଲ ରୁ ୧୦ ଦିନ ପର୍ଯ୍ୟନ୍ତ ଆମରଣ ଅନଶନ କରିଥିଲେ।ଏହାକୁ ବିଜେପି ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ବିରୋଧୀ ଦଳ ସମର୍ଥନ କରିଥିଲେ।ମାତ୍ର କରୋନା ର ଭୟାବହତା ଏବଂ ଆପ ମୁଖ୍ୟ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଅନୁରୋଧ କ୍ରମେ ଏହାକୁ ସ୍ଥଗିତ ରଖାଯାଇଥିଲା।
ଏହି ସଭାରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତୃବୃନ୍ଦ ଏବଂ ସାମାଜିକ କର୍ମୀ ଅରବିନ୍ଦ କେଜରିୱାଲଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆପ ରେ ଯୋଗଦାନ କରିଥିଲେ।

Leave A Reply

Your email address will not be published.