ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁରକୁ ସୌଜନ୍ୟମୂଳକ ସାକ୍ଷାତକଲେ ସଚେତନ ନାଗରିକମଞ୍ଚର କର୍ମକର୍ତ୍ତା। ଏହି ଅବସରରେ ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ରହିଥିବା ପୁରାତନକୀର୍ତ୍ତିରାଜି ଓ ମନ୍ଦିର ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ଅଷ୍ଟଶମ୍ଭୁରୁ ଏକ ଶମ୍ଭୁ ଙ୍କୁ ଜନସାଧାରଣ ଏବେ ଆଉ ପ୍ରତ୍ୟହ ଦର୍ଶନ କରି ପାରୁନଥିବା ଖବର ସକାଳ ଖବର କାଗଜରେ ପ୍ରକାଶିତ ହୋଇଥିଲା।ଏହାକୁ କର୍ମକର୍ତ୍ତା ମାନେ ଗୁରୁତର ସହିତ ନେଇ ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଏହି ବିଷୟରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଅନ୍ୟାନ୍ୟ ପୁରୁଣା କୀର୍ତ୍ତିରାଜି ସମୁହ ବିଷୟରେ ମଧ୍ୟ ଆଲୋଚନା କରି ଜିଲ୍ଲାର ସଦର ମହକୁମା ଠାରେ ଥିବା ବହୁ ଐତିହ୍ୟ ଗୁଣାବଳୀ ବହନ କରୁଥିବା ନିମୁହିଁ ମନ୍ଦିରକୁ ଐତିହାସିକ ସ୍ଥଳୀର ମାନ୍ୟତା ସହ ଏହାର ବିକାଶ ଉପରେ ମଧ୍ୟ କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଆଜିର ଏହି ଆଲୋଚନାରେସଚେତନ ନାଗରିକ ମଞ୍ଚ ର ସଭାପତି ସିତାଂଶୁଶେଖରମିଶ୍ର ସମ୍ପାଦକ ଗୁଣନିଧି ମେହେର ଙ୍କସମେତ , ବାଙ୍କାନିଧି ରାୟଗୁରୁ ଦୁଃଖିରାମ ନାୟକ ,ବିନୋଦ ମେହେର,ଚନ୍ଦ୍ରଶେଖର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଭାଗ ନେଇଥିଲେ।