କଥାକାର ସ୍ବର୍ଗତ କୁମାର ଚକ୍ରବର୍ତ୍ତୀଙ୍କ ପ୍ରଥମ  ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ବାଲିଆପାଳ,- ବାଲିଆପାଳ ବ୍ଲକର ବିଶିଷ୍ଟ କଥାକାର, ରାଜନିଜ୍ଞ,ଲେଖକ,ସାହିତ୍ୟିକ, କବି ସ୍ବର୍ଗତ କୁମାର ଚକ୍ରବର୍ତ୍ତୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ  ଶ୍ରଦ୍ଧାଞ୍ଜଳି ସଭା  ସୋମବାର ହସିମପୁର ବାସଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ତାଙ୍କର ଲିଖିତ  ପୁସ୍ତକ  ଅପରାହ୍ଣର ଛାୟାବିଥି ପୁସ୍ତକକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଛି। ଏହି ଅବସର ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବାଲିଆପାଳ ବରିଷ୍ଠ ନାଗରିକ ପରିଷଦ ସଭାପତି ନାରାୟଣ ସାହୁ ସଭାପତିତ୍ୱେ କରିଥିଲେ। ଦୀନକୃଷ୍ଣ ସାହିତ୍ୟ ପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ,ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ ଦେ, ବିଜେଡି ନେତା ବଳରାମ ସାହୁ,କବି କାଳିପଦ ପଣ୍ଡା,ଅବସର ପ୍ରାପ୍ତ ଶିକ୍ଷକ ନେତା ଜଗନ୍ନାଥ ମହାନ୍ତି,ଚିତ୍ତରଞ୍ଜନ ଦାସ, କବି ବ୍ରଜେନ୍ଦ୍ର ଗିରି ପ୍ରମୁଖ ଯୋଗଦେଇ ସ୍ବର୍ଗତ କୁମାର ଚକ୍ରବର୍ତ୍ତୀ ଙ୍କ ବହୁ ମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ।,ବିରମାଧଵ ଦାସ, ସନ୍ନ୍ୟାସୀ ବେହେରା, ପଞ୍ଚାନନ ସାହୁ ସହିତ ବାହୁ ମାନ୍ୟଗଣ୍ୟ ବ୍ୟକ୍ତି ସଭାର ଯୋଗ ଦେଇଥିଲେ। ସ୍ୱର୍ଗତ ଚକ୍ରବର୍ତ୍ତୀ ଙ୍କ ଅପରାହ୍ଣର ଛାୟାବିଥି ପୁସ୍ତକ ମୁଦ୍ରଣ ନିମନ୍ତେ ପ୍ରସ୍ତୁତ କରୁଥିବା ସମୟ ରେ ଅକସ୍ମାତ  ତାଙ୍କର ପରଲୋକ ହୋଇଯାଇଥିଲା। ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ଜଣେ ବରିଷ୍ଠ ଲେଖକ ଭାବେ ସମ୍ମାନିତ ହୋଇଥିଲେ। ତାଙ୍କ ଦ୍ବାରା ରଚନାର ଭାଷା , ଭାବ ବର୍ଷନାଶୈଳୀ , ଶବ୍ଦଗୁମ୍ଫନ ଏବଂ  ଛନ୍ଦଯୁକ୍ତ ଓ ଛନ୍ଦମୁକ୍ତ କବିତା ସହିତ ରୋମଣ୍ଟିସିଜିମ୍ ଠାରୁ ଆରମ୍ଭକରି ପ୍ରକୃତି ଚିତ୍ରଣ ଓ ଜୀବନଦର୍ଶନକୁ ନେଇ  କବିତା ପୁସ୍ତକ ଗୀତିଭାରତୀ  ଝରାପାଖୁଡ଼ା , ମଗ୍ନମନର ଫୁଲବୀଥ୍ , ପ୍ରିୟା ରଚନା କରିଛନ୍ତି। ଗଳ୍ପସଂକଳନ ରେ ଷୋଡ଼ଶୀ , ନିଧୁବନର ରାଧା  ,  ପ୍ରେମ ପାଞ୍ଚଜନ୍ୟ  , ଡେଜାଟେର୍ଡ଼ ଭିଲ୍ଲା ପ୍ରକାଶ ପାଇସାରିଛି। ଚକ୍ରବର୍ତ୍ତୀ ଙ୍କ ଆତ୍ମଜୀବନୀର ଦ୍ବିତୀୟ ଖଣ୍ଡ ସହିତ କେତେକ ଗଳ୍ପସଂକଳନ ପ୍ରକାଶନ ଅପେକ୍ଷାରେ ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.