ବିଳମ୍ବ ଯୋଗୁଁ ଛାତ୍ରୀଙ୍କୁ ଦଣ୍ଡ : ସହେ ଥର ଉଠବସ ବେଳେ ବେହୋସ୍ ହେଲେ ଛାତ୍ରୀ

ପାଟଣାଗଡ଼ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ଆଜି ପ୍ରାର୍ଥନା ସମୟରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି  ! ଛାତ୍ରୀମାନଙ୍କ କହିବା ଅନୁସାରେ, ଆଜି ସକାଳ ୭ଟା ସମୟରେ ସୁନାମୁଦି ସ୍ଥିତି ବାପୁଜୀ ହାଇସ୍କୁଲରେ ପ୍ରତିଦିନ ଭଳି ପ୍ରାର୍ଥନା ହେଉଥିଲା ! କିନ୍ତୁ କିଛି ଛାତ୍ରୀ ପ୍ରାର୍ଥନା ସମୟରେ ବିଳମ୍ବ କରିଥିବାରୁ ଭୂଗୋଲ ଶିକ୍ଷକ ବିକାଶ ଧରୁଆ ଛାତ୍ରୀ ମାନଙ୍କୁ ରାଗି ଯାଇ ଏକଶହ ଥର କାନ ଧରି ଉଠବସ ହେବା ପାଇଁ କହିଥିଲେ ! ପ୍ରାର୍ଥନା ସମୟରେ ୬୦ ଜଣ ଛାତ୍ରୀ ଉପସ୍ଥିତ ଥିବା ବେଳେ ୭ ଜଣ ଛାତ୍ରୀ ବେହୋସ ହୋଇ ତଳେ ପଡିଯାଇଥିଲେ ! ସେମାନେ ବିଶେଶ୍ଵରୀ ମେହେର, ରାଖୀ କୁଅଁର, ପ୍ରିୟଙ୍କା ହନୁମାନ, ଗିତାଞ୍ଜଳି କାଲସାଏ, ଶ୍ରୀୟା ରଣା, ଶ୍ରୃତି ସାହୁ, ସୁନାଞ୍ଜଳି ଦାସ ବୋଲି ଜଣାପଡିଛି ! ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇ ଚିକିତ୍ସିତ କରାଯାଇଥିବା ବେଳେ ୬ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାର ସିଡିଏମ୍‌ଓ ପିତବାସ ସା ସୂଚନା ଦେଇଛନ୍ତି ! ବଲାଙ୍ଗିରକୁ ମିଟିଂ ପାଇଁ ଯାଇଥିବାରୁ ପ୍ରଧାନ ଶିକ୍ଷକ ହାଇସ୍କୁଲରେ ଅନୁପସ୍ଥିତ ଥିବା ଜଣାପଡିଛି !

Leave A Reply

Your email address will not be published.