ବାଲିଶିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଆସିକା:- ଆସିକା ବ୍ଲକ ଅନ୍ତର୍ଗତ ବାଲିଶିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ. ମେଡିକାଲ ପରିସରରେ ଥିବା ସମସ୍ତ ଅଳିଆ ଆବର୍ଜନା ସଫା କରିବା ସହିତ ଲୋକ ମାନଙ୍କୁ ସଚେତନ କରିଥିଲେ ଉପସ୍ଥିତ ଅତିଥି ଓ ମେଡିକାଲ କର୍ମକର୍ତ୍ତା ମାନେ. ପରିବେଶ ସଫା ରହିଲେ ଆମ ସ୍ୱାସ୍ଥ୍ୟ ଭଲ ରହିବ ଓ ମଶା ମାଛି ଦାଉରୁ ଆମେ ରକ୍ଷା ପାଇ ପରିବା ବୋଲି କହିଛନ୍ତି ସାସଂଦ ପ୍ରମିଳା ବିଶୋଇ.ଏହି ସ୍ୱଚ୍ଛତା ହିଁ ସେବା ଅଟେ, ଏଭଳି ସେବା କାର୍ଯ୍ୟକୁ ସହୃଦୟର ସହିତ ଆମେ କରି ପାରିଲେ ଆମ ସମାଜ ସୁସ୍ଥ ସୁନ୍ଦର ସମାଜ ଭାବେ ପରିଗଣିତ ହୋଇ ପାରିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ. ସ୍ୱଚ୍ଛ ପରିବେଶ ଆମ ଦାୟିତ୍ୱ ଆମେ ହିଁ ପରିବେଶର ସୁରକ୍ଷା କରିପାରିବା ବୋଲି କହିଛନ୍ତି ଏନ ଏ ସି ଅଧ୍ୟାକ୍ଷା ବିନେତା ସ୍ୱାଇଁ. ଉକ୍ତ କାର୍ଯ୍ୟକ୍ରମରେ ଆସିକା ସାସଂଦ ପ୍ରମିଳା ବିଶୋଇ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଏନ ଏ ସି ଅଧ୍ୟାକ୍ଷା ବିନେତା ସ୍ୱାଇଁ, ବ୍ଲକ ଉନ୍ନୟନ ଅଧିକାରୀ ରୋଶନ କୁମାର ଶତପଥି,ବିଜେଡି ଗଞ୍ଜାମ ଜୋନ ଯୁବ ସଭାପତି ନଚେକେତା ସ୍ୱାଇଁ, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ,ବ୍ଲକ ବିଜେଡି ଯୁବ ସଭାପତି ଶିବ ନାହାକ ସମେତ ସମସ୍ତ ମେଡିକାଲ କର୍ମକର୍ତ୍ତା ଉପସ୍ଥିତ ଥିଲେ.

Leave A Reply

Your email address will not be published.