ନଦୀବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ପରିଦର୍ଶନ କଲେ ବରିଷ୍ଠ ସେଚ ଅଧିକାରୀ

କିଶନନଗର,୧୫।୪: ସେଚ ବିଭାଗର ବରିଷ୍ଠ ଅଧିକାରୀ ସ୍ଥାନୀୟ ମାହାଳହାଟ ଠାରୁ ଧାରିବିଲ ପର୍ଯ୍ୟନ୍ତ ମହାନଦୀ ଓ ଶୁକ ପାଇକା ତଟକ୍ଷୟ ର ଉନ୍ନତୀ କାରଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସହକାରୀ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ ଅଧିକ୍ଷଣ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁ ମାହାଳହାଟ ଅଞ୍ଚଳ ଗସ୍ତ କରି ଏହି ନଦୀବନ୍ଧ ଉନ୍ନତି କାରଣ କାର୍ଯ୍ୟ ବୁଲି ଦେଖିଥିଲେ।ଉପ ନିର୍ବାହୀ ଯନ୍ତ୍ରୀ ଉମେଶ ମୋହନ ସୁନ୍ଦରରାୟ ଓ ସହକାରୀ ଯନ୍ତ୍ରୀ ମହେନ୍ଦ୍ର ସାହୁ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ ପିଂପୁର ବାଲି ଘାଟରୁ ମାତ୍ରାଧିକ ବାଲି ଉତ୍ତୋଳନ ଯୋଗୁଁ ୨୦୨୦ ବର୍ଷା ଋତୁରେ ବନ୍ୟାଜଳ ଏଠାରେ ଦୁଇ ଶହ ଫୁଟ ରୁ ଅଧିକ ପଠା କୁ ଧୋଇ ନେଇ  ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରିଥିଲା।ନାବାର୍ଡ ସହାୟତାରେ ପ୍ରାୟ ସାଢ଼େ ସାତକୋଟି ଟଙ୍କା ବ୍ୟୟ ରେ ଏହି ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ଜାରି ରହିଛି। ନଦୀବନ୍ଧ ପାର୍ଶ୍ଵରେ ପଥର ପ୍ୟାକିଂ, ସ୍ପର ନିର୍ମାଣ କରାଯିବା ସହ ନଦୀବନ୍ଧ ରାସ୍ତା  କାର୍ଯ୍ୟ କରାଯାଉଛି।

Leave A Reply

Your email address will not be published.