ଜନ୍ମଦିନରେ ରକ୍ତଦାନ ଶିବିର

ବରୀ,: ବରିଷ୍ଠ ପଣ୍ଡିତ ଗାୟକ ଶ୍ରୀଯୁକ୍ତ ପିତାମ୍ବର କରଙ୍କ ୯୬ ତମ ଜନ୍ମଦିନ ଉପଲକ୍ଷେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଇଁଶୀରିଆ ଗ୍ରାମପଞ୍ଚାୟତର ରାଧାମାଧବ ମନ୍ଦିର ଇଚ୍ଛାପୁର ଠାରେ ବ୍ଲଡ଼ ଡୋନେଟ ଫର ହାପି ମୁମେଣ୍ଟ ତରଫରୁ ରୋଟାରୀ କ୍ଲବ ଯାଜପୁର ଓ ବିନ୍ଦାସ ବନ୍ଧୁ ଇଚ୍ଛାପୁରର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି l ରୋଟାରୀଆନ ଡାକ୍ତର ରାଜକିଶୋର ପଣ୍ଡା ଉଦଘାଟନ କରିଥିବା ବେଳେ ସୀତାରାଣୀ ଦେଓ, ରୋଟାରୀ କ୍ଲବ ଯାଜପୁରର ସଭାପତି ପ୍ରବୋଦ କୁମାର ନାୟକ, ବିବେକାନନ୍ଦ ବିଶ୍ୱାଳ, ସୁବାଷ ମହାପାତ୍ର,  ଗିରିଶବିହାରୀ ମିଶ୍ର ଓ ବରୀ ସାମ୍ବାଦିକ ସଙ୍ଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସlହିତ କରିଥିବା ବେଳେ କବିରୀ ଦାସ, ବିବେକାନନ୍ଦ ନାଥ, ଶ୍ୟାମସୁନ୍ଦର ମିଶ୍ର, କାଁହୁଚରଣ ଦାଶ, ଅଜୟ ରଥ, ସରୋଜ କୁମାର ଶତପଥୀ, ସନ୍ତୋଷୀ ତନୟା ନନ୍ଦ, ରଶ୍ମିରଂଜନ ତ୍ରିପାଠୀ, ତୃଷାରକାନ୍ତ ପ୍ରସାଦ, ଶିବବ୍ରତ ପଣ୍ଡା, ଶୁଭ୍ରାଂଶୁ ଶେଖର ମିଶ୍ର, ସୁରେଶ କର, ସୌମ୍ୟରଞ୍ଜନ କର ପ୍ରମୁଖ ଶିବିର ପରିଚାଳନା କରିଥିଲେ l ପ୍ରକାଶ ଥାଉକି ପଣ୍ଡିତ କର ଜଣେ ମିଷ୍ଟଭାଷୀ ଏବଂ ଧର୍ମଶାସ୍ତ୍ରବିତି ଭାବରେ ଯାଜପୁର ଜିଲ୍ଲା ରେ ୭୦ ବର୍ଷ ଧରି ମାଗଣା ସେବା ଯୋଗାଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସହ କର୍ମକାଣ୍ଡବିତି ଭାବରେ ଶତାଧିକ ଛାତ୍ର ତିଆରି କରିଛନ୍ତି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଶରତ କୁମାର କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.