ଜଳେଶ୍ଵର: ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର (ମହାନ୍ତି ସାହି) ଗ୍ରାମରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବାଲିମେଳା ସୁବର୍ଣ୍ଣରେଖା ତଟ ରେ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଅବସରରେ ସୁବର୍ଣ୍ଣରେଖା ନଦୀ କୋଳକୁ ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରାୟ ବହୁ ଗ୍ରାମର ଶ୍ରଦ୍ଧାଳୁ ତାଙ୍କର ପିତୃ ପୁରୁଷଙ୍କୁ ବାଲିଶ୍ରାଦ୍ଧ ଦେବାକୁ ଏହି ପଣା ସଂକ୍ରାନ୍ତିରେ ଆସୁଥିବାରୁ ବାଲି ମେଳା ସୃଷ୍ଟି ହୋଇ ଅଦ୍ୟାବଧି ହୋଇ ଆସୁ ଅଛି। ମେଳାଟି ସକାଳ ଠାରୁ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୁଏ। ଶ୍ରଦ୍ଧାଳୁ ମାନେ ନଦୀ କୂଳରେ ବହୁ ଖରାରେ ରହୁଥିବାରୁ ବହୁ ଅନୁଷ୍ଠାନ ଜଳଛତ୍ର, ଦହି ସରବତ ଇତ୍ୟାଦି ଯୋଗାଇ ଥାନ୍ତି। ଏହି ପରିପ୍ରେକ୍ଷୀରେ ୟୁଥ୍ ସୋସିଆଲ ୱାର୍କାର ସଂଗଠନ ତରଫରୁ ଜଳଛତ୍ର ଦାନ ମଧ୍ୟ ଆୟୋଜନ କରିଥିଲେ। ପ୍ରାୟ ହଜାର ହଜାର ଲୋକଙ୍କୁ ଥଣ୍ଡା ପାଣି ଓ ଲେମ୍ବୁ ସରବତ ଯୋଗାଇ ଥିଲେ। ଏହି ଅବସରରେ ସଙ୍ଗଠନ ତରଫରୁ କୁନି ଗୀତିକାର ଓଡ଼ିଶାର ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତିଙ୍କୁ ରାୟାଁ ରାମଚନ୍ଦ୍ରପୁର ଗ୍ରାମର ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ପ୍ରବୀର କୁମାର ଦାସଙ୍କ ଦ୍ଵାରା ଉପଢୌକନ ଓ ପୁଷ୍ପଗୋଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମଧୁସୂଦନ ସେନାପତି, ସପନ କୁମାର ସେନାପତି, ଆଇନଜୀବି ବିନୋଦ କୁମାର ଗିରି ଉପସ୍ଥିତ ଥିଲେ। ସଙ୍ଗଠନର ସଭାପତି ଚନ୍ଦନ କୁମାର ଜେନା, ସମ୍ପାଦକ ଜୟଦେବ ରାଉତ, ସଭ୍ୟ ଅରବିନ୍ଦ ସାହୁ, ବଙ୍କିମ ଚନ୍ଦ୍ର ରାଉତ, ସପନ କୁମାର ରାଉତ, ରବିନ୍ଦ୍ର ଜେନା, ଗୌତମ ପାଲ, ଶୁଭଜ୍ୟୋତି ସାହୁ, ସୁଦିପ ରଣା, ରାମଜିତ ଟୁଡୁ, ସୌରଭ ମିଶ୍ର, ମିନତି ହସଦା, କାବେରୀ ସାହୁ, ସଜନ କୁମାର ଜେନା, ମହାନନ୍ଦ ରାଉତ, ଜଗବନ୍ଧୁ ଜେନା, ଗୋପୀନାଥ ଜେନା ଓ ହିତେଶ ବେହେରା ପ୍ରମୁଖ ସଭ୍ୟ ସଭ୍ୟା ଉପସ୍ଥିତ ରହି ଜଳଛତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।