ମମିତାମେହେର ମର୍ଡର ମାମଲାରେ ଅତିରିକ୍ତ ଅଭିଯୋଗ

ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ ) ସାହାରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସାଇନସ କଲେଜ ବନାମ ସନସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର ଚାଞ୍ଚଲ୍ୟକର ହତ୍ୟାମାମଲା ଏବେ  ଆଇନଜୀବୀ ତଥା ବରିଷ୍ଠ କଂଗ୍ରେସନେତା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ହାଇକୋର୍ଟରେ  ଉଠାଇଥିବାରୁ ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇପଡିଛି । ସେତେବେଳେ ଶ୍ରୀ ମିଶ୍ର ଝରଣୀ ଗ୍ରାମକୁ ମମିତାଙ୍କ ଘରକୁ ଯାଇଥିବା ବେଳେ ମମିତାଙ୍କ କକା କଂଗ୍ରେସନେତା ତାଙ୍କ ଅନୁଗତ ସେଠାର କୌଶିକ ମେହେର , ପରିବାର ତଥା ଗ୍ରାମବାସୀଙ୍କ ଆଗରେ ‘ ଦରକାର ପଡିଲେ , ଏହି ମାମଲାରେ ମୁଁ କଳାକୋର୍ଟ ପିନ୍ଧିବି ‘ ବୋଲି କହିଥିଲେ । ଏହି ଅନୁଯାୟୀ , ସେ ଏବେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ଡ୍ରାଇଭର ରାଧେ ଚଣ୍ଡୀ ଗିରଫ ହୋଇ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରାଧୀନ ହାଜତରେ ଅଟକବନ୍ଦୀ ଥିବା ସହିତ ଏହି ମାମଲାଟି ସ୍ଥାନୀୟ ବଙ୍ଗୋମୁଣ୍ଡା ତଳକୋର୍ଟରୁ କଣ୍ଟାବାଞ୍ଜି ଏଡିଜେଙ୍କ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏହି ସମୟରେ ଏବେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ , ଶ୍ରୀ ମିଶ୍ର ଭର୍ଚୁଆଲ୍ ମୋଡ୍ ରେ ହାଇକୋର୍ଟରେ ଏହି ମାମଲାର ତଦନ୍ତରେ ବ୍ୟାପକ ତ୍ରୁଟି ରହିଥିବା ଓ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରସଙ୍ଗକୁ ତଦନ୍ତର ପରିସରଭୁକ୍ତ କରାଯାଇ ନଥିବା ଅଭିଯୋଗ ଉଠାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଏପରି ଚର୍ଚ୍ଚା ପ୍ରକାଶ ପାଇଛି ।
ତେବେ ଆରମ୍ଭରୁ ଏହି ହାଇପ୍ରୋଫାଇଲ୍  ଜଘନ୍ୟ ନରହତ୍ୟା ମାମଲାର ତଦନ୍ତରେ  କେତେକ ଗୁରୁତର ଅସଙ୍ଗତି ରହିଥିବା ପ୍ରକାଶ ପାଇଆସିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ ପରେ ବଲାଙ୍ଗୀରରେ ତଦନ୍ତକାରୀ ପୁଲିସ୍ ର ଉତ୍ତରାଞ୍ଚଳ ଡିଆଇଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରଥିଲେ ଯେ , ସେମାନେ କେବଳ ଏଫ୍ ଆଇ ଆର୍  ଦିଆଯାଇଥିବା ମମିତାଙ୍କ ନିଖୋଜ୍ ଓ ପରବର୍ତ୍ତୀ ମୃତଦେହ ଉଦ୍ଧାରକୁ ଆଧାରକରି ତଦନ୍ତ କରୁଛନ୍ତି । ଏଥି ସହ ମହାଲିଙ୍ଗ କଲେଜରେ ସେକ୍ସ ରାକେଟ୍ ଚାଲୁଥିବା ବା ଏଥିରେ ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ବି ଷଡଯନ୍ତ୍ରରେ ସାମିଲ୍ ଥିବା ଅଭିଯୋଗକୁ ଏଡାଇ ଯିବା ସନ୍ଦେହ ସୃଷ୍ଟି ହୋଇଥିଲା । ଏହା ସହ ପୁଲିସ୍ ହେପାଜତରେ ଥାଇ ଟିଟିଲାଗଡ ଥାନା ବାରାକରୁ ଖସିଯିବା , ପୁଣି ପୁଲିସ୍ ତାକୁ ନିକଟସ୍ଥ ସମ୍ପର୍କୀୟଙ୍କ ଆଖୁବାଡିରୁ ଦିନକ ପରେ ଗିରଫ କରିବା , ଇତିମଧ୍ୟରେ ମହାଲିଙ୍ଗ କଲେଜ ହଷ୍ଟେଲର ସନ୍ଦିଗ୍ଧ କୋଠରୀର ସିସିଟିଭି ଭଙ୍ଗାରୁଜା ଓ  ତରବରିଆଭାବେ ଅଭିଯୁକ୍ତକୁ ନେଇ ଗଣମାଧ୍ୟମ ଆଗରେ ସିନ୍ ରିକ୍ରିଏସନ୍ ଏବଂ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ରାଜ୍ୟବ୍ୟାପି ତୁମୁଳ ହଟ୍ଟଗୋଳ ସତ୍ତ୍ୱେ , ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମଞ୍ଚରେ ବସାଇ  ଜଣେ ଜଘନ୍ୟ ନରହତ୍ୟାମାମଲାର ଅଭିଯୁକ୍ତଙ୍କୁ ଏକପ୍ରକାର କ୍ଲିନ୍ ଚିଟ୍ ଦେବା ଇତ୍ୟାଦି ରାଜ୍ୟବାସୀ ଓ ଜନମାନସରେ ଚରମ ଅସନ୍ତୋଷ ଓ ତୀବ୍ର ବିରୋଧାଭାସ ସୃଷ୍ଟି କରିଥିଲା । ତେଣୁ ଏବେ ନରସିଂହଙ୍କ ଏହି ଅଦାଲତି ବିରୋଧକୁ ଜନସାଧାରଣଙ୍କ ସମର୍ଥନ ମିଳୁଥିବା ଲକ୍ଷ୍ୟ କରାଯାଇଛି ।  ଯଦିଓ ଏକ ବିଚାରାଧୀନ ମାମଲାରେ କୋର୍ଟକାର୍ଯ୍ୟରେ ତାଙ୍କର ଜଣେ ଆଇନଜୀବୀ ଭାବରେ ହସ୍ତକ୍ଷେପ କରିବାର ଆଇନଗତ ଅଧିକାର ରହିଥିଲେ ହେଁ , ସଂପ୍ରତି ତାଙ୍କର ବିଧାୟକ ରହିଥିବା ଓ ରାଜନୈତିକ ପଦବୀ ବା ପରିଚିତି ଯୋଗୁଁ  ଏହା ଏକପ୍ରକାର ରାଜନୀତି ବୋଲି ମଧ୍ୟ କେତେକ ଜନମତ ପ୍ରକାଶ ପାଉଛି । 
 ଏହାର ମୂଳାଧାର ହେଲା ,  ଏକ  ଉଚ୍ଚ ଶିକ୍ଷାନୁଷ୍ଠାନରେ ମନ୍ତ୍ରୀବିଧାୟକ ବନାମ ସିଧାସଳଖ ରାଜ୍ୟର ଗୃହବିଭାଗମନ୍ତ୍ରୀଙ୍କ ଉପରେ ଆସିଥିବା ଯୌନ ବ୍ୟଭିଚାର ଓ ଏଥିଯୋଗୁଁ ଏକ ଷଡଯନ୍ତ୍ରର  ଜଘନ୍ୟ ନରହତ୍ୟା ମାମଲାକୁ ଏପରି ଅତ୍ୟନ୍ତ ସନ୍ଦେହଜନକ ଢଙ୍ଗରେ ଖୋଦ୍ ସରକାରୀକଳର ଭିନ୍ନମୋଡ , ପ୍ରମାଣନଷ୍ଟ ଓ ଏକଚାଟିଆଭାବେ ଚପାଇ ଦିଆଯାଇଥିବାର କାଣ୍ଡ କାରଖାନା । ଏଣୁ ଏଥିପାଇଁ କେଉଁ ପକ୍ଷ ପ୍ରକୃତ ଦାୟୀ ହେବେ , ସମୀକ୍ଷାସାପେକ୍ଷ ।
ବରିଷ୍ଠ ଆଇନଜ୍ଞ , ପୂର୍ବତନ ଆଇନମନ୍ତ୍ରୀ , ପୂର୍ବ ବିରୋଧୀଦଳନେତା , ପୂର୍ବ ଜାତୀୟ ଆଇନ ପରାମର୍ଶଦାତା କମିଟି ସଦସ୍ୟ , ରାଜ୍ୟ କଂଗ୍ରେସଦଳ ନେତା ଓ ରାଜ୍ୟ ବିଧାନସଭାର ଜଣେ ମାନ୍ୟବର ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ଏହି ରାଜ୍ୟ ଗୃହବିଭାଗ ଉପରେ ସିଂହାବଲୋକନର ପରିଣାମ କ’ଣ ହେବ , ରାଜ୍ୟବାସୀ ଦେଖିବାକୁ ଅପେକ୍ଷାରତ ।

Leave A Reply

Your email address will not be published.