କଣ୍ଟାବାଞ୍ଜିରେ ସରକାରୀ ଜମି ଭୂ ମାଫିଆଙ୍କ କବଜାରେ 

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ଭିତରେ ଥିବା ଅଧିକାଂଶ ସରକାରୀ ଜମି ମାଫିଆଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି I ଅଭିଯୋଗ ସ୍ୱତ୍ତେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଛି ଯାହା ଫଳରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହୋଇଛି I ୨୦୦୪ ମସିହାରେ ବିଡିସିସି ବ୍ଯାଙ୍କ ହାରାହାରି ୧୦ ଲକ୍ଷ ଟଙ୍କାରେ ୯୯ ବର୍ଷ ପାଇଁ ଲିଜ ନେଇଥିଲା ସାପ୍ତାହିକ ବଜାର ପଛଭାଗରେ ଖାଲି ଥିବା ସରକାରୀ ଜମିକୁ I ଅନ୍ୟ ପକ୍ଷରେ ବ୍ଯାଙ୍କ ନିର୍ମାଣ ପାଇଁ ଯେଉଁ ଟଙ୍କା ସେକସନ ହୋଇଥିଲା ତାକୁ ହଡ଼ପ କରି ବର୍ତ୍ତମାନ ୧୯ ହଜାର ଟଙ୍କା ଦେଇ ଭଡାରେ ବ୍ଯାଙ୍କ ଚଳାଉଛନ୍ତି ବୋଲି ମଧ୍ଯ ଚାଷୀମାନେ ଅଭିଯୋଗ କରିଛନ୍ତି I ଏନେଇ ଆମ ପ୍ରତିନିଧି ହରିଶ କୁମାର ବାରିକ ଜିଲ୍ଲା ମୁଖ୍ୟ ଶାଖାର କର୍ମକର୍ତ୍ତାଙ୍କୁ ପଚାରିବାରୁ ସେମାନେ ଭୟରେ ନିଜ ନାଁ ମଧ୍ଯ କହିଲେ ନାହିଁ I ହେଲେ ତହସିଲଦାର ଉପରେ ସବୁ ବୋଝ ଲଦିଦେଇ କହିଲେ ଯେ ଜମି ଏପର୍ଯ୍ୟନ୍ତ ଆମକୁ ଦେଖାଇ ନାହାନ୍ତି ବୋଲି I କେତେ ଆଚାର୍ଯ୍ୟ ଜନକ ବିଷୟ ଯେ ଯେଉଁ ଜମି କୁ ଲିଜରେ ନେଇଛି ବ୍ଯାଙ୍କ ସେହି ଜମିକୁ ପୁଣି ଚିହ୍ନଟ କରିବା ପାଇଁ କହୁଛି କର୍ମଚାରୀ I ସୂଚନା ଯୋଗ୍ୟ ଯେ ଜମିକୁ ଅଧିନରେ ରଖିଥିବା ଭୂ ମାଫିଆ ବ୍ଯାଙ୍କର ସାହାର୍ଯ୍ୟ ନେଇ ସେ ଜମି ଲିଜ ନେଇଥିବା କୁହାଯାଉଛି I ସିଧାସଳଖ ସେ ଜମି ନେଇ ନ ପାରିବା ହେତୁ ବ୍ଯାଙ୍କର କିଛି ଅସାଧୁ ବ୍ୟକ୍ତିଙ୍କ ସାହାର୍ଯ୍ୟ କ୍ରମେ ସେ ନେଇଛନ୍ତି ହାଇଫାଇ ଡ୍ରାମାରେ ବୋଲି ଶୁଣିବାକୁ ମିଳୁଛି I ତଥା ସ୍ଥାନୀୟ କିଛି ଅସାଧାରଣ ବ୍ୟକ୍ତିଙ୍କ ମଧ୍ଯ ଭୂମିକା ରହିଛି ବୋଲି ଏମାନେ ସରକାରୀ ଜମି ଜବରଦଖଲ କରିବାରେ ସଫଳ ହେଉଛନ୍ତି I ତଥା ଜଣେ ପ୍ରଭାବଶାଳୀ ଟାଣୁଆ ନେତାଙ୍କ ଆଶୀର୍ବାଦ ରହିଛି ବୋଲି ଜମି ଜବରଦଖଲ ଉଚ୍ଛେଦ ବେଳେ ନେତା ଗିରି ଦେଖାଇ ଅଧିକାରୀଙ୍କ ମୁହଁ ବନ୍ଦ କରି ଦିଅନ୍ତି I ବର୍ତ୍ତମାନ କାର୍ଯ୍ୟରତ ଏନ୍ଏସି ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ସମ୍ମି ରେଡି ଜୟଶ୍ରୀ ହିନ୍ଦୀ ପାଠଶାଳା ଜମି ଅଧିଗ୍ରହଣ କରି ଷ୍ଟଲ ନିର୍ମାଣ କରି ଭଡା ଖାଉଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଚେଷ୍ଟା କରୁଥିବା ବେଳେ ସମ୍ପୃକ୍ତ ପ୍ରଭାବଶାଳୀ ନେତା ବିରୋଧ କରିଥିଲେ I ସମ୍ପୃକ୍ତ ପ୍ରଭାବଶାଳୀ ଟାଣୁଆ ନେତା କାହା ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି ତାହା ସ୍ଥାନୀୟ ଜନସାଧାରଣ ଅନୁଧ୍ୟାନ କରିବା ନିହାତି ଜରୁରୀ ଅଟେ I କଲା ବ୍ୟାପାରି ମାନଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି ନା ନୀରିହ ଲୋକ ମାନଙ୍କ ହିତରେ କାର୍ଯ୍ୟ କରୁଛନ୍ତି ତାହା ଉପରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି

Leave A Reply

Your email address will not be published.