ବାଲେଶ୍ବର,: କେନ୍ଦୁଝର ଜିଲ୍ଲା ଜଂଭରାର ପ୍ରମୁଖ ଅନୁଷ୍ଠାନ ସୁନ୍ଦର ମୋ ଭାଷା ସାହିତ୍ୟର ୭୭ ତମ ଅନନ୍ୟା ଅଡିଓ ଆସର ମହା ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରକୁ ଖୋର୍ଦ୍ଧାର ପ୍ରଫୁଲ୍ଲ କୁମାର ହୋତା ଉଦ୍ଘାଟନ କରିଥିଲେ । ଏଥିରେ ଝୁମ୍ପୁରା କେନ୍ଦୁଝରର ଶିକ୍ଷାବିତ ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ଖଣ୍ଡଗିରି ଭୁବନେଶ୍ୱର ର ଜଣେ ସୁଗୃହୀଣୀ ସୁସାହିତ୍ୟିକା ମାନସୀ ବେହୁରା ବରେଣ୍ୟ ଅତିଥି, ନବରଙ୍ଗପୁରର ସୁସାହିତ୍ୟିକ ସୁସାମ୍ବାଦିକ ଓଡିଶା ମାନବ ଅଧିକାର ବିଭାଗୀୟ ଅଧିକାରୀ ପ୍ରଭଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଆସନରେ ଆସୀନ ହୋଇଥିଲେ । ସମ୍ପାଦକଙ୍କ ମନ୍ତ୍ରଧ୍ୱନି ଓ ଉଦ୍ଘାଟକଙ୍କ ଉଦ୍ଘାଟନୀ ବାର୍ତ୍ତା ପରେ ଅନନ୍ୟାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଉତ, ତୃପ୍ତିରାଣୀ ପାତ୍ର, ଅଙ୍କିତା ଦାଶ, ଅଙ୍କିତା ପ୍ରିୟଦର୍ଶିନୀ ଓ ଉଜ୍ଜୟିନୀ ମିଶ୍ରଙ୍କ ଦ୍ୱାରା ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ତତ୍ପରେ ଅତିଥି ମାନଙ୍କ ହୃଦୟସ୍ପର୍ଶୀ ଉପାଦେୟ ମାର୍ଗଦର୍ଶନ ସଭିଙ୍କୁ ପ୍ରେରଣା ଯୋଗାଇଥିଲା । ସମ୍ପାଦନା ମଣ୍ଡଳୀ ସଦସ୍ୟ ଅଂଶୁମାନ ସ୍ବାଇଁଙ୍କ ବଳିଷ୍ଠ ସଂଯୋଜନାରେ ରାଜ୍ୟର ୨୩ଟି ଜିଲ୍ଲାରୁ ସର୍ବମୋଟ ୩୨ଟି ଛନ୍ଦ ଓ ଛନ୍ଦ ମୁକ୍ତ କବିତା ଆବୃତ୍ତି କରାଯାଇ ମା’ ତାରିଣୀଙ୍କୁ ଅର୍ପଣ କରାଯାଇଥିଲା ।ଅନନ୍ୟା ମୁଖ୍ୟ ସଞ୍ଚାଳକ ହରିଭାଇ ଓ ଅନନ୍ୟ ପ୍ରତିଭା ତୃପ୍ତିରାଣୀ ପାତ୍ର ଓ ଶାନ୍ତିଲତା ପଣ୍ଡାଙ୍କ ନିଖୁଣ ଅଭିନୟ ସଭିଙ୍କ ମନ ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମର ଅନୁଭୂତି ଶୁଭଲକ୍ଷ୍ମୀ ସେଠୀ ପ୍ରଦାନ କରିଥିଲେ । ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ନୀହାରିକା ପଣ୍ଡା । ଆସରକୁ ବିଦ୍ୟୁତପ୍ରଭା ମିଶ୍ର, ହାସ୍ୟମୟୀ ରାଜ, ଶକୁନ୍ତଳା ମିଶ୍ର, ସ୍ୱାଗତିକା ସାହୁ ଓ ବିଷ୍ଣୁପ୍ରସାଦ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଅନନ୍ୟାର ଅନନ୍ୟ ପ୍ରତିଭା ସୁ ସାହିତ୍ୟିକ ଓ ଯୁବ ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା ସାମ୍ବାଦିକ, କବି, ମୋ ଅନୁଷ୍ଠାନ ସମ୍ପାଦକ ଏବଂ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଓଡିଶା ରାଜ୍ୟ ଉପସଭାପତି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଅନୁଷ୍ଠାନର ସମ୍ପାଦକ ଏବଂ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏବଂ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।।