ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁରକୁ ବାବା ରୁଦ୍ରନାଥମନ୍ଦିର ବିଷୟରେ ପତ୍ର ଲେଖିଲେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର । ପବିତ୍ରଦେଵଭୂମି ସୋନପୁରଠାରେ ଅଷ୍ଟଶମ୍ଭୁ ଅଷ୍ଟବିଷ୍ଣୁ ଓ ଅଷ୍ଟଚଣ୍ଡୀ ରାଜାରାଜୁଡା ସମୟରୁ ପୂଜା ପାଇଆସୁଥିଲେ । ଏହାକୁ ନେଇସହର ତାରି ପରିଚୟସୃଷ୍ଟି କରି ପାରିଥିଲା। ଏହାକୁ ଦ୍ୱିତୀୟବାରଣାସୀ ତଥା ପ୍ରୟାଗସ୍ଥଳୀ ବୋଲି କୁହାଯିବାର ଐତିହାସିକ ତଥ୍ୟରୁ ଜଣାଯାଏ।ଆଜି କିନ୍ତୁ ଏକ ବିଡ଼ମ୍ବନାର ବିଷୟ ଅଷ୍ଟଶମ୍ଭୁ ରୁ ବାବା ରୁଦ୍ରନାଥ ଅନ୍ୟତମ ହୋଇ ମଧ୍ୟ ବନ୍ଦୀ ଅବସ୍ଥାରେ ରହିଯାଇଛନ୍ତି । ସେଥିପାଇଁ ବାବା ରୁଦ୍ରନାଥଙ୍କୁ ସର୍ବସାଧାରଣ ଦର୍ଶନ ଆଉ ପ୍ରତ୍ୟହ ପୂଜାର୍ଚ୍ଚନା କରାଯିବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ପତ୍ରରେ ସଚେତନ ନାଗରିକ ମଞ୍ଚର ସଭାପତି ଅନୁରୋଧ କରିଥିବା ପତ୍ରରୁ ଜଣାଯାଏ।