ବରୀ ; ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ବରୀ ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଂଚାୟତସ୍ଥିତ ମହେଶ୍ୱର ମଲ୍ଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଉଦ୍ଘାଟନ କରି ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସଂଗେ ସଂଗେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଚନ୍ଦନପୁର ସରପଂଚ ଚପଳା ମଲ୍ଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିଋଦ୍ଧ ମଲ୍ଲ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବ୍ଲକ୍ ବିଜେଡି ସଭାପତି କେଦାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଏହା ଏକ ମହତ ଦାନ, ଏହା ଦ୍ୱାରା ଆମେ ରକ୍ତ ଅଭାବ ଆବଶ୍ୟକ କରୁଥିବା ବ୍ୟକ୍ତିକୁ ମୃତ୍ୟୁ ମୁଖରୁ ବଂଚାଇ ପାରିବା । ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ କୌଣସି ପ୍ରଭାବ ପଡି ନଥିବା ବେଳେ ଏହି ରକ୍ତ ଖୁବ୍ ଶୀଘ୍ର ଆମ ଶରୀରେ ପ୍ରସ୍ତୁତ ହୋଇଥାଏ ବୋଲି ରକ୍ତଦାତାମାନଙ୍କୁ ଉତ୍ସାହିତ କରି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ରକ୍ତଦାନ ଶିବିରକୁ ଓଡିଶା ମୋ ପରିବାର ଯାଜପୁର ଜିଲ୍ଲା ସଂଯୋଜକ ଇଂଜିନିୟର ବିମଳ ଚନ୍ଦ୍ର ଦାସ, ତୁଷାରକାନ୍ତ ଶ୍ୟାନ୍ତି, ବିଜୟ କୁମାର ସାହୁ, ବିରେନ୍ ରାଉତ, ପୁର୍ବତନ ସମିତି ସଭ୍ୟ ଅଜୟ କୁମାର ମଲ୍ଲ, ସମାଜସେବୀ ମନୋଜ କୁମାର ମଲ୍ଲଙ୍କ ସମତେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ଯାଜପୁର ରେଡକ୍ରସ ପକ୍ଷରୁ ଶିବରରେ ସ୍ୱେଚ୍ଛାକୃତ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିର ଶେଷ ସୁଦ୍ଧା ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ତୁଷାରକାନ୍ତ ଶ୍ୟାନ୍ତି ସୂଚନା ଦେଇଛନ୍ତି ।