ବାଲିଆପାଳ ; ସମାଜରେ ପୂଜ୍ୟ ପୂଜାର ପରମ୍ପରା ନ ରହିଲେ ସାମାଜିକ ଅବକ୍ଷୟ କାୟା ବିସ୍ତାର କରେ, ମଣିଷ ଭିତରେ ଆସୁରିକ ଶକ୍ତିର ଉନ୍ମାଦନା ସୃଷ୍ଟି କରେ ,ଧରାକୁ ସେମାନେ ସରା ଜ୍ଞାନ ମନେକରନ୍ତି ବୋଲି ରବିବାର ବାଲିଆପାଳ ବ୍ଲକ ଛକ ନିକଟ ଗୁରୁକୁଳ ଭବନରେ ପ୍ରାଧ୍ୟାପକ ହୃଦୟ ରଞ୍ଜନ ଗୁରୁ ଛାତ୍ର ସେବା ସଂଗଠନ ପକ୍ଷରୁ ଆୟୋଜିତ ପ୍ରାଧ୍ୟାପକ ହୃଦୟ ରଞ୍ଜନ ତ୍ରିପାଠୀଙ୍କ ଜୟନ୍ତୀ ସମାରୋହରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି।ପ୍ରାକ୍ତନ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ ମୁଖ୍ୟ ଅତିଥି, ବାଲିଆପାଳ ଗୋଷ୍ଠୀ ଶିକ୍ଷା ଧିକାରୀ ସୁଧାଂଶୁ ଶେଖର ଜେନା ମୁଖ୍ୟ ବକ୍ତା,ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା , ଖବର ଦାତା ଆମଓଡ଼ିଶାର ସଂଯୋଜକ ତଥା ସାମାଜିକ କର୍ମୀ ସଞ୍ଜୟ କୁମାର ପାତ୍ର, କଥାକାର ନିବାରଣ ଜେନା,ସେଇଠୁ ଆରମ୍ଭ ଖବର କାଗଜର ସମ୍ପାଦକ ଶୁଭେନ୍ଦୁ ଦାସ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ କୁମାର ନାୟକ, ଇଂ ସୁଶାନ୍ତ ଚକ୍ରବର୍ତ୍ତୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ପ୍ରାଧ୍ୟାପକ ତ୍ରିପାଠୀଙ୍କୁ ତାଙ୍କ ଛାତ୍ରୀ ଛାତ୍ର ତଥା ଶୁଭେଚ୍ଛୁ ମାନେ ଜନ୍ମ ଦିନ ଅବସରରେ ବିଭିନ୍ନ ଉପଢୌକନ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।ସଙ୍ଗୀତ ନିର୍ଦ୍ଦେଶକ ଗିରିଧାରୀ ଭୂୟାଁ ,ପୂଜା ରାଣୀ ଦାସ ,ଇପ୍ସିତା ଦାସ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।ବ୍ୟୋମକେଶ ସାହୁ ମଞ୍ଚ ଆହ୍ୱାନ କରିଥିବା ବେଳେ ବରିଷ୍ଠ ଖବର ଦାତା ଅଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ବର୍ଦ୍ଧନା ପର୍ବକୁ ଅଧ୍ୟାପକ ସୁକାନ୍ତ ଗିରି ପରିଚାଳନା କରିଥିଲେ।ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମରଣୋତ୍ତ ଭାବେ ସ୍ବର୍ଗତ ସଞ୍ଜୟ ପାତ୍ରଙ୍କ ମାନପତ୍ର କୁ ତାଙ୍କ କନ୍ୟା ରଶ୍ମିତା ପାତ୍ର ଗ୍ରହଣ କରିଥିଲେ।ପରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ପ୍ୟାରୀ ମୋହନ ବିଶ୍ୱାଳ,ସାମାଜିକ କର୍ମୀ ସୁବାସିନୀ ଜେନା, ସଞ୍ଜୟ କୁମାର ପାତ୍ର,ପୂର୍ବତନ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ କୁମାର ନାୟକ,ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଜେନା,ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ, ଖବର ଦାତା ଅଜୟ କୁମାର ସାହୁ,ଅଧ୍ୟାପକ ସୁକାନ୍ତ ଗିରି, ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ବିଶ୍ୱାଳ ପ୍ରମୁଖ୧୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।