କଣ୍ଟାବାଞ୍ଜି ; ରାଜ୍ୟରେ ଧନୀ ଲୋକ ମାନେ ହିଁ ଉନ୍ନତି କରୁଥିବା ବେଳେ ଗରିବ ଲୋକ ସେହି ଗରିବ ହୋଇ ରହିଛନ୍ତି ସରକାର ଗରିବଙ୍କ ପ୍ରତି ଅବହେଳିତ ହୋଇ ରହିଛନ୍ତି ଯାହା ଫଳରେ ଗରିବଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏଭଳି ତାରତମ୍ୟକୁ ସିପିଆଇ ବିରୋଧ କରେ ବୋଲି ଆଜି କଣ୍ଟାବାଞ୍ଜି ତହସିଲଦାର କାର୍ଯ୍ୟାଳୟ ଘେରାଉ ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହସମ୍ପାଦକ ଗୋପାଳ ଭୋଇ କହିଛନ୍ତି । ପ୍ରବଳ ତାତି ହେତୁ ହେଉଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅତି ବୃଦ୍ଧବୃଦ୍ଧା ମାନେ ଯୋଗ ଦେଇଥିଲେ ତେଣୁକରି ରାଲି କରାଗଲା ନାହିଁ, ସମସ୍ତେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ୧୨ ଦଫା ଦାବି ପୂରଣ କରିବା ପାଇଁ ଅନୁରୋଧ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଅତିରିକ୍ତ ତହସିଲଦାରଙ୍କୁ ଯୋଗେଶ୍ଵର ଧାରୁଆଙ୍କୁ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୁର ୟୁନିଅନ ପକ୍ଷରୁ ଏହି ସମସ୍ୟାର ସମାଧାନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ପ୍ରଥମ ଦାବି ସମସ୍ତ ଆଦିବାସୀ ଦଳିତ ମାନଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ କରିବା ପାଇଁ, ୨ ରେ ବାଦ ପଡିଥିବା ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇ ଦେବା ପାଇଁ, ୩ ରେ ପ୍ରଧାନମନ୍ତ୍ରୀ ଆବଶ ଯୋଜନାରେ ୩ ଲକ୍ଷ ଟଙ୍କା ମଞ୍ଜୁର କରି ସମସ୍ତ ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ, ୪ ରେ ସମସ୍ତ ଆଦିବାସୀ, ଦଳିତ, ମୁଳିଆ, ଚାଷୀ ମାନଙ୍କୁ ୫୫ ବର୍ଷରୁ ୩ ହଜାର ଟଙ୍କା ପେନସନ ଦେବା ପାଇଁ, ୫ ରେ ମୂଲିଆ ମାନଙ୍କୁ ୨୦୦ ଦିନର କାମ ଯୋଗାଇ ଦେଇ ୬ ସହ ଟଙ୍କା ମଞ୍ଜୁରୀ ଧାର୍ଯ୍ୟ ପାଇଁ, ୬ ରେ ଆଦିବାସୀ, ଦଳିତ ଓ କ୍ଷେତ ମଜଦୁର ମାନଙ୍କ ଉପରେ ହେଉଥିବା ସାମାଜିକ ନିର୍ଯାତନା ବନ୍ଦ କରିବା ପାଇଁ, ୭ ରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦାମ ବୃଦ୍ଧିକୁ ରୋକିବା ପାଇଁ ଓ କଣ୍ଟ୍ରୋଲ ଦୋକାନ ଜରିଆରେ ସମାଗ୍ରୀ ଯୋଗାଇ ଦେବା ପାଇଁ, ୮ ରେ ସମସ୍ତ କୃଷି କରଜ ଛାଡ ପାଇଁ, ୯ ରେ ଧାନ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ଧାର୍ଯ୍ୟ କରିବା ପାଇଁ, ୧୦ ରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ, ୧୧ ରେ କ୍ଷେତ ମଜଦୁର ମାନଙ୍କ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ, ୧୨ ରେ ବି. ପି. ଏଲ. କାର୍ଡ ସମସ୍ତଙ୍କୁ ପ୍ରଦାନ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଅର୍ଣ୍ଣପୂର୍ଣ୍ଣ ପୁଟେଲ, ପୁଷ୍ପା ନାଗ, ମମତା ପଟ୍ଟନାୟକ, ସତୀ ବନଛୋର, ଅମ୍ବିକା ପଣ୍ଡା, ଗୋବର୍ଦ୍ଧନ ଅଦା, ଦେବାରଚନ୍ଦ୍ର ହଂସ, ସୁଧୀର ପଣ୍ଡା, ପାଣ୍ଡବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ଦୀର୍ଘ ବର୍ଷ ଧରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହସମ୍ପାଦକ ଶ୍ରୀ ଗୋପାଳ ଭୋଇ ଗରିବଙ୍କ ହକ ପ୍ରଦାନ ପାଇଁ ଲଢେଇ ଜାରି ରଖିଛନ୍ତି, କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାରେ ଅବହେଳା କରୁଥିବା ଯୋଗୁଁ ଏପର୍ଯ୍ୟନ୍ତ ସମସ୍ୟା ସମସ୍ୟା ହୋଇ ରହି ଯାଇଛି ବୋଲି ବିକ୍ଷୋଭ ପ୍ରଦର୍ଶନ କାରୀମାନେ ଅଭିଯୋଗ କରିଛନ୍ତି