ବିଜେଡି ପକ୍ଷରୁ ବରୀରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

ବରୀ :  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ଗର୍ବ, ଗୌରବ ଓ ସ୍ୱାଭିମାନ । ସେ ଏକମାତ୍ର ବ୍ୟକ୍ତି ଯାହାଙ୍କୁ ଇଣ୍ଡୋନେସିଆର ସର୍ବୋଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଯାହାଙ୍କର ସ୍ୱପ୍ନ ଥିଲା ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରାଇବା କ୍ଷେତ୍ରରେ ଅଧିକରୁ ଅଧିକ ମହିଳାମାନଙ୍କୁ ସାମିଲ କରାଇବା । ଯାହାକି ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଅଗ୍ରାଧିକାର ଦେବା ସହ ସ୍ଥାନ ସଂରକ୍ଷଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରଦ୍ଧବାର୍ଷିକ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି ।  ବିଜୁ ଜନତା ଦଳ ତରଫରୁ ବରୀ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବ ବରୀ ମାଉଣ୍ଡସ୍ଥିତ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟିକା ସୁନନ୍ଦା ଦାସ ମୁଖ୍ୟଅତିଥିଭାବେ ଯୋଗ ଦେଇ ବିଜୁ ବାବୁ ଜଣେ ମହାନ ମଣିଷ ଥିଲେ । ଯାହାଙ୍କର ମହିଳାମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଥିଲା । ତେଣୁ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗଦେବା ପାଇଁ ମହିଳାମାନଙ୍କ ନିମନ୍ତେ ସେ ଯେଉଁ ସୁଯୋଗ ସୃଷ୍ଟି କରିଥିଲେ ତାର ସୁଫଳ ଭାବେ ମୁଁ ଜଣେ ମହିଳା ହୋଇବି ବିଧାୟିକା ଭାବେ ନିର୍ବାଚିତ ହୋଇପାରିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ମହିଳା ବିଜେଡି ସଭାନେତ୍ରୀ ଜ୍ୟୋସ୍ନାରାଣୀ ନାଥଶର୍ମା, ଜିଲ୍ଲା ବିଜେଡି ଉପସଭାପତି ଆର୍ତବନ୍ଧୁ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ଗଣେଷ ଚନ୍ଦ୍ର ମହାକୁଳ, ଅରବିନ୍ଦ ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଅଯୋଧ୍ୟା ଜେନା, ରମ୍ପା ସରପଂଚ ମାନସ ଜେନା, ସମିତିସଭ୍ୟା ଜ୍ୟୋତିର୍ମୟୀ ବେହେରା, ଗମୁଁ ସରପଂଚ ଜଗଦିଶ୍ ଜେନା, ଧାରପୁର ସମିତିସଭ୍ୟ ଶ୍ରୀଧର ସେଠୀ, ସରପଂଚ କୁନା ମଲିକ, ବାଲିଆ ସରପଂଚ ରେବତୀ ଜେନା, ସ୍ୱାଇଁଖଣ୍ଡ ସରପଂଚ ଶଙ୍କର୍ଷଣ ସ୍ୱାଇଁ, ବାଲିବିଲ ସମିତିସଭ୍ୟା ସୁଧାଂଶୁବାଳା ସାମଲ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ସ୍ୱପ୍ନ ଆଜି ସାକାର ହୋଇଛି । ଓଡ଼ିଶା ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ଶେଷରେ ବିଜେଡି ସଂଯୋଜକ ଶ୍ରୀ ଦାସଙ୍କ ଦ୍ୱାରା ସଂଗଠିତ ଓଡ଼ିଶାର ସୁରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା । ପରେ ପରେ ଉପସ୍ଥିତ ବିଜୁ ପ୍ରେମୀମାନଙ୍କ ଦ୍ୱାରା ସମୂହ ଦୀପଦାନ ଅନୁଷ୍ଠିତ ହୋଇଥିଲା ।  ଅପରପକ୍ଷରେ ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ତାଙ୍କ ରାମଚନ୍ଦ୍ରପୁରସ୍ଥିତ ବାସଭବନଠାରେ କଳିଙ୍ଗ ବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଜିଲାପରିଷଦ ସଭ୍ୟ ଦିଲୀପ କୁମାର ମହାନ୍ତି, ପୂର୍ବତନ ସମିତି ଅଧ୍ୟକ୍ଷା ସୁବାସିନୀ ଶର୍ମା ଓ ପୂର୍ବତନ ସମିତି ଅଧ୍ୟକ୍ଷ ନୀଳମଣି ସାମଲ ପ୍ରମୁଖ ଯୋଗଦେଇ ଓଡ଼ିଶା ପ୍ରତି ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.