କଣ୍ଟାବାଞ୍ଜି: ( ହରିଶ୍ ବାରିକଙ୍କ ରିପୋର୍ଟ ) ଆଜି କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ବିଚାର ପ୍ରକ୍ରିୟାର ଶୁଣାଣି ହେବାର ଥିଲା । ପ୍ରଚଣ୍ଡ ତାପମାତ୍ରାବୃଦ୍ଧି ବା ତାତି ଯୋଗୁଁ ବାତିଲ୍ ହେଲା । ଏଥିପାଇଁ ସ୍ଥାନୀୟ ଧାମନଡଙ୍ଗା କଣ୍ଟାବାଞ୍ଜି ଉପକାରାଗାରରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଅଭିଯୁକ୍ତା ରାଧେ ଚଣ୍ଡୀଙ୍କୁ କୋର୍ଟକୁ ଅଣାଯାଇଥିଲେ ହେଁ , ଏହି କାରଣରୁ ଫେରାଇ ନିଆଯାଇଥିଲା ।
ତେବେ ଏବେ ବଲାଙ୍ଗୀରରୁ ସ୍ପେଶାଲ୍ ପିପି ଅମରେନ୍ଦ୍ର ମିଶ୍ର ଆସିଥିଲେ । ନବନିଯୁକ୍ତ ଶ୍ରୀ ଅମରେନ୍ଦ୍ର ମିଶ୍ର ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା , ପୂର୍ବ ଆଇନମନ୍ତ୍ରୀ , ବଲାଙ୍ଗିର ବିଧାୟକ ତଥା ବିଶିଷ୍ଟ ଆଇନଜୀବୀ ଶ୍ରୀ ନରସିଂହ ମିଶ୍ରଙ୍କ ସୁପୁତ୍ର । ଉଲ୍ଲେଖନୀୟ ଯେ , ମମିତା ମହର ତ୍ୟାକାଣ୍ଡ ପରେ କଂଗ୍ରେସନେତା ହିସାବରେ ନରସିଂହ ମିଶ୍ର ତାଙ୍କର ଦଳର ଜଣେ ଅନୁଗତ ତୁରେକେଲା ବ୍ଲକ୍ ର ଜିଲ୍ଲା ପରିଷଦ ସଦସ୍ୟ ଥିବା ମମିତାର ସମ୍ପର୍କୀୟ ବଡବାପା କୌଶିକ ମେହେରଙ୍କ ସମେତ ମମିତାଙ୍କ ଘରକୁ ଆସିଥିଲାବେଳେ , ସର୍ବସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ : ଦରକାର ପଡିଲେ , ମମିତା ମହର ତ୍ୟାମାମଲାର ପ୍ରକୃତ ନ୍ୟାୟପ୍ରଦାନ ପାଇଁ ମୁଁ କଳାକୋର୍ଟ ପିନ୍ଧିବି । ଅର୍ଥାତ୍ ପ୍ରତ୍ୟେକ୍ଷ ଭାବେ ମାମଲା ଲଢିବି । ‘ ଏବେ ସେ ସେହି ପ୍ରତିଶ୍ରୁତି ଅନୁଯାୟୀ , ମମିତା ମହର ତ୍ୟାମାମଲାରେ ଅଧାଦିଗ ପ୍ରତି ପୁଲିସ୍ ତଦନ୍ତରେ ଛାଡିଦିଆଯାଇଥିବା ଅଭିଯୋଗ କରି ନ୍ୟାୟାଳୟରେ ବିଚାର ପ୍ରକ୍ରିୟାରେ ପ୍ରବେଶ କରିଥିବା ପ୍ରକାଶ ପାଇଛି । ଏଣୁ ଗୋଟେପଟେ ବାପା ଅଭିଯୁକ୍ତଙ୍କର ବିପକ୍ଷରେ ମାମଲା ଲଢିବେ ଓ ଆରପଟେ ପୁଅ ସରକାରୀ ଓକିଲ ଭାବେ ଅଭିଯୁକ୍ତଙ୍କୁ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ବଞ୍ଚାଇବେ । ଏଥିରେ ଆଗକୁ ଅଭିଯୋଗ ହୋଇଆସୁଥିବା ଓ ନିଜଦଳର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଢାଲ ପରି କଳାହାଣ୍ଡି ମିଟିଂରେ ମଞ୍ଚରେ ନିଜପାଖରେ ବସାଇ ନିର୍ଦୋଷ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କ୍ଲିନ୍ ଚିଟ୍ ଦେଇ ବଞ୍ଚାଇଥିବା ମାମଲାର ପରିସରଭୁକ୍ତ ହୋଇନଥିବା ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତି ବିପଦ ଘନେଇ ଆସିବ , ସରକାର ଅସୁବିଧାରେ ପଡିଯିବେ କି ମାମଲାଟି ଆହୁରି ଜଟିଳ ହୋଇପଡି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପ୍ରକାରାନ୍ତରେ ଉପୁଜିବା ଦ୍ବନ୍ଦରୁ ଫାଇଦା ମିଳିଯିବ , ଏବଠୁଁ କହିବା ସମ୍ଭବ ନୁହେଁ । ଏମିତି ବି ହୋଇପାରେ ଯେ , ଶେଷରେ ପାରଳାଖେମୁଣ୍ଡି ଏସିଏଫ୍ ମୃତ୍ୟୁମାମଲାରେ କ୍ରାଇମବ୍ରାଞ୍ଚ୍ ସୌମ୍ଯରଞ୍ଜନ ନିଜେ ଆତ୍ମହତ୍ୟା କରିଥିବା ତଦନ୍ତ ରିପୋର୍ଟ ପରି ଏଥିରେ ମଧ୍ୟ ମମିତା ମେହେର ଆତ୍ମହତ୍ୟା କରିଥିବ ବୋଲି ନିଷ୍କର୍ଷ ବାହାରିବା ଅସମ୍ଭବ ନୁହେଁ ବୋଲି ଲୋକେ ବ୍ୟଙ୍ଗ କରୁଛନ୍ତି । ଲୋକେ ଏହାକୁ ‘ ‘କୋର୍ଟରେ ବି ବାପ-ପୁଅ ରାଜନୀତି ? ‘ ବୋଲି କହୁଛନ୍ତି !
ଏହା ମଧ୍ୟ ବିଡମ୍ବନା ଯେ , ଆରମ୍ଭରୁ ଘଟଣାରେ ଯେଉଁଭଳି ନାଟକୀୟ ମୋଡ ,ପୁଲିସ୍ ର ତଦନ୍ତରେ ଯେଉଁଭଳି ପ୍ରହସନ ଓ ସରକାରଙ୍କ ପକ୍ଷରୁ ଯେଭଳି ଘଣ୍ଟଘୋଡାଯାଇ ଆସିଛି ; ସେସବୁ ଆଗରୁ ଘଟି ନଥିଲା ।