ବଣାଇ : ବଣାଇଁ ଉପଖଣ୍ଡରେ ଥିବା ଟିପର ମାଲିକ ସଂଘ ପକ୍ଷରୁ ଏକ ସମାଧାନ ପାଇଁ ସଭା ଅନୁଷ୍ଠିତ ହୋଇଥିଲା। ବାବା ବାଣେଶ୍ଵର ମନ୍ଦିର ପରିସରରେ ସମସ୍ତ ଗାଡି ମାଲିକଙ୍କ ଉପସ୍ଥିତିରେ ଏକ ସଭା ହୋଇଥିବା ବେଳେ ଏଥିରେ ରାଜାମୁଣ୍ଡା ଆସୋସିଏସନ ମୁଖ୍ୟ ରଞ୍ଜିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମଞ୍ଚାସୀନ ଅତିଥି ଭାବେ ଜ୍ୟୋତି ପ୍ରକାଶ ରାଉତ, ସୁନୀଲ କୁମାର ମିଶ୍ର, ପକଂଜ ରାୟ,ଟିନୁ କିସାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗାଡି ଲୋଡିଂ ବିଷୟରେ ବିସ୍ତୃତ ଆଲୋଚନା ପରେ ସମାଧାନ ହେଲା ଯେ ନୂତନ କମିଟି ଗଠନ ଗୋଟିଏ ହେବ ବୋଲି ସ୍ଥିର ହୋଇଥିଲା। ପରେ ସର୍ବ ସମ୍ମତି କ୍ରମେ ସଭାପତି, ଉପସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନଙ୍କ ନୂତନ ୮ ଜଣଙ୍କୁ ଚୟନ କରାଯାଇଥିଲା। ଏଥିରେ ସହମତି କ୍ରମେ ପୁନର୍ବାର ସଭାପତି ଭାବେ ସୁନୀଲ କୁମାର ମିଶ୍ର, ଉପସଭାପତି ଭାବେ ପକଂଜ କୁମାର ରାୟ, ସମ୍ପାଦକ ବିକାଶ କୁମାର ମାହାନ୍ତ, ସହସମ୍ପାଦକ ମଗଂଲ କିଶୋର ମାହାନ୍ତ, କୋଷାଧ୍ୟକ୍ଷ ଭାବେ ଫକୀର ମୋହନ ମାହାନ୍ତ ଚୟନ କରିଥିବା ବେଳେ ଲୋଡିଂ ସମ୍ବନ୍ଧେ ୮ଜଣଙ୍କୁ ଚୟନ କରିଛନ୍ତି। ବିକାଶ ମାହାନ୍ତ, ହୃଷିକେଶ ମାହାନ୍ତ, ଟିନୁ, ଆଶିଷ, ପପୁନ, ଲିଂଗରାଜ ସାହୁ ପ୍ରମୁଖଙ୍କୁ ସର୍ବ ସହମତି କ୍ରମେ ଚୟନ କରାଯାଇଥିଲା। ଏହି ଚୟନ କରିବା ପରେ ଏହାର ଲିଖିତ ବଣାଇଁ ଉପଜିଲ୍ଲାପାଳଙ୍କୁ, ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ, ଲହୁଣିପଡ଼ା ଥାନା ଅଧିକାରୀ, କୋଇଡ଼ା ଥାନା ଅଧିକାରୀ, ଟେନସା ଫରେଷ୍ଟର ତଥା ଲୋଡିଂ ହେଉଥିବା କମ୍ପାନୀକୁ ଲିଖିତ ଦେଇଛନ୍ତି। ଏହି ସଭା ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ଓରାମ, ନାଥ ମାହାନ୍ତ, ବିକଲେସ ଗୁପ୍ତା, ଶିବ କୁମାର ସା, ବଲିନ୍ଦା ରାୟ, ଖିରେଶ୍ବର ପ୍ରଧାନ, ରମେଶ ନନ୍ଦ, ଅଖିଳେଶ ବିଶ୍ବାଳ ପ୍ରମୁଖ ବହୁ ଟିପର ମାଲିକ ଉପସ୍ଥିତ ରହିଥିଲେ।