ବାଲିଆପାଳ – ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡ଼ାଶ ପଞ୍ଚାୟତ ର ସର୍ଵ ପୁରାତନ ଶୈବ ପିଠ ନାଭଡେଶ୍ଵର ମହାଦେବଙ୍କ ଚଡକ ଯାତ୍ରା ମହୋତ୍ସବ ମହା ଆଡମ୍ବର ସହକାରେ ସୋମବାର ଉଦଯାପିତ ହୋଇଯାଇଛି। ମନ୍ଦିର କମିଟିର ସଭାପତି ରବିନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବ ରେ ଏବଂ ସ୍ବାସ୍ଥ୍ୟ କର୍ମୀ ତଥା ଗୀତିକାର ରାମନାଥ କର ଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବର ମୁଖ୍ୟ ଅତିଥି ଭାବରେ ବାଲିଆପାଳ ବ୍ଲକ ବିଡିଓ ଦୀପକ କୁମାର ଦାସ , ମୁଖ୍ୟ ବକ୍ତା ଭାବରେ ବାଲିଆପାଳ ଥାନା ଭାରପ୍ରପ୍ତ ଅଧିକାରୀ ପର୍ଶୁରାମ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବାଲିଆପାଳ ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ବିଜନ ନାୟକ,ବଡ଼ାଶ ପଞ୍ଚାୟତର ସରପଂଚ ଜଗନ୍ନାଥ ବିଶ୍ବାଳ, ନାଇବ ସରପଞ୍ଚ କବିତା ଦାସ, କଂଗ୍ରେସ ନେତା ସୁରେଶ ସେନାପତି, ୨୪ ନମ୍ୱର ଜିଲ୍ଲା ପରିଷଦ ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ବାଲିଆପାଳ ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ,ବଡ଼ାଶ ପଞ୍ଚାୟତର ସଦସ୍ୟ ଲିପିକା ପାତ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥଲେ। ଏହି ଚଡକ ଯାତ୍ରା ମହୋତ୍ସବ ଉପଲକ୍ଷେ ସ୍ୱର ସଙ୍ଗୀତ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗୀତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଭା ଅନ୍ଵେଷଣ ପ୍ରତିଯୋଗୀତା ରେ ସବ ଜୁନିଅର ,ଜୁନିୟର ଓ ସିନିୟର ବିଭାଗରେ ତିନି ତିନି ଜଣ ପ୍ରତିଭାକୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ପ୍ରଚେଷ୍ଟା ରେ ୧୯୬୨ ମସିହା ରୁ ଆରମ୍ଭ ହୋଇ ଅଦ୍ୟାବଧି ସୁରୁଖୁରରେ ଚାଲିଛି। ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।