ସୁଗୋ ଗ୍ରା.ପ. ର ଉନ୍ନୟନ ଓ ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜଳେଶ୍ଵର ବିଡ଼ିଓଙ୍କ ଜରିଆରେ ଦାବୀ ପତ୍ର

ଜଳେଶ୍ଵର, (-, ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସୁଗୋ ଗ୍ରାମ ପଞ୍ଚାୟତର ସୁଗୋ ଗ୍ରା.ପ.ଉନ୍ନୟନ ତଥା ସୁରକ୍ଷା ମଞ୍ଚ ତରଫରୁ ଆରଡି ରାସ୍ତାର ପ୍ରକଳ୍ପକୁ ପରିବର୍ତ୍ତନ କରାଯାଇ ଥିବାରୁ ତାହା ବିରୁଦ୍ଧରେ ବାଲେଶ୍ଵର ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ଜଳେଶ୍ଵର ବିଡ଼ିଓଙ୍କ ଜରିଆରେ ପ୍ରଦାନ କରା ଯାଇଛି  । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଥିବା ପ୍ରକଳ୍ପ ମଧ୍ୟରୁ ୧ ନମ୍ବର ରେ ଥିବା ଜେ: ବି.ସି. ରାସ୍ତା ବାଣିଦା ବସଷ୍ଟାଣ୍ଡ ରୁ ଚକବିଷ୍ଣୁ ( ଭାୟା- ଆଦିବାସୀ ସାହି) ର ପ୍ରକଳ୍ପଟିକୁ ପରିବର୍ତ୍ତନ କରାଯାଇ ନିମପୁରରୁ ବାଣିଦା ଭାୟା- ଚକବାବନ ତିକା ପଟ। ୪’୦୮୦ କିମି ରାସ୍ତା ନିର୍ମାଣ ପାଇଁ ୪ କୋଟି ୪୩ ଲକ୍ଷ ୨୦ ହଜାର ଟଙ୍କା ମଜୁର ହୋଇ ଚଳିତ ମାସ ଶେଷ ସୁଦ୍ଧା ଟେଣ୍ଡର ହେବା ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ପ୍ରକଳ୍ପକୁ ପରିବର୍ତ୍ତନ କରି ନୂତନ ପ୍ରକଳ୍ପ ଦେବା ସହ ରାସ୍ତାର ନକ୍ସାଗତ ପରିବର୍ତ୍ତନରେ ସାଧାରଣ ଲୋକଙ୍କର ଯାତାୟତ ନିମନ୍ତେ ସହାୟକ ହେବ ନାହିଁ । ରାସ୍ତାର ପ୍ରକଳ୍ପ ସହ ନକ୍ସାକୁ ଦୃଷ୍ଟିରେ ରଖି ଯେପରି ଲୋକଙ୍କର ହୀତ ଦୃଷ୍ଟେ ଲାଗିବ, ସେଥିପାଇଁ ପଦକ୍ଷେପ ନେବା ସହିତ ବିଭାଗୀୟ କର୍ତ୍ତୁପକ୍ଷ ସରଜମିନ ତଦନ୍ତରେ ସ୍ଥାନୀୟ ଜନ ପ୍ରତିନିଧି ଓ ସାଧାରଣ ଲୋକଙ୍କୁ ରଖି ପଦକ୍ଷେପ ପୂର୍ବକ କାର୍ଯ୍ୟ କରି ତା କରିବାପାଇଁ ମଞ୍ଚ ତରଫରୁ ଦାବୀ କରାଯାଇଛି । ମଞ୍ଚର ସଭାପତି ପଲ୍ଟୁ ଦାସ ଓ ଆବାହକ ବିନୟ ମହାନ୍ତି ସମେତ ତନୋଜ ମହାନ୍ତି, ଉମାଶଙ୍କର ମହାପାତ୍ର, ଧନଞ୍ଜୟ ମହାପାତ୍ର, ସନ୍ତୋଷ ଦାସ, ଶୁସାନ୍ତ ମହାନ୍ତି, ଗୌରୀକାନ୍ତ ମହାନ୍ତି,  ବ୍ରଜ ସୁନ୍ଦର ଦାସ, ମାନସ ମହାନ୍ତି, ବିମଳ ଦାସ, ଚନ୍ଦନ ପଟ୍ଟନାୟକ, ପ୍ରଶାନ୍ତ ମହାନ୍ତି, ଗଣେଶ ଜେନା ପ୍ରମୁଖଙ୍କ ନେତୃତ୍ଵରେ ଜଳେଶ୍ଵର ବିଡ଼ିଓଙ୍କ ଜରିଆରେ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେବା ସହ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ମଧ୍ୟ ଜଣାଇଛନ୍ତି । ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମଞ୍ଚ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ନିଆଯିବ ବୋଲି ଚେତାବନୀ ଦିଆ ଯାଇଛି। 

Leave A Reply

Your email address will not be published.