ଡେରାବିଶ(ନି. ପ୍ର)ଆଜି ପୂର୍ବତନ ପାଟକୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତବେଦ ପ୍ରକାର ଅଗ୍ରୱାଲ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ “ବେଦପ୍ରକାଶ ଅଗ୍ରୱାଲ ସ୍ମୁତି ପରିଷଦ” ଆନୁକୂଲ୍ୟରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି. ଡେରାବିଶ ହାଇସ୍କୁଲ ଛକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଜି ଶହେ ୟୁନିଟ ରକ୍ତ ସଂଗ୍ରହ ହେବାର ବ୍ୟବସ୍ଥା କରାଯାଇଛି. ପାଟକୁରାର ବିଜେଡ଼ି କର୍ମୀ ଓ ନେତୃତ୍ୱ ମାନଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଛି. କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ଯୁବ ସଭାପତି ରାଜେଶ ଦାସ ଓ ସ୍ବର୍ଗତ ବେଦ ପ୍ରକାଶ ଅଗ୍ରୱାଲ ଙ୍କ ବଡ଼ ଝିଅ ତଥା ଆଇନଯିବି ମଧୁମତି ଅଗ୍ରୱାଲ ମିଳିତ ଭାବେ କାର୍ଯ୍ୟକ୍ରମ କୁ ଆୟୋଜିତ କରିଛନ୍ତି.
ବେଦ ପ୍ରକାଶ ଅଗ୍ରୱାଲ ଙ୍କ ଅନେକ ପ୍ରଶଂସକ ଓ ବିଜେଡ଼ି କର୍ମୀ ରକ୍ତ ଦାନ କରି ସ୍ବର୍ଗତ ଅଗ୍ରୱାଲ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ.
ବିଶେଷ କରି କେନ୍ଦ୍ରାପଡ଼ା ବାର ନଂବର ଜୋନ ବିଜେଡ଼ି ଜିଲ୍ଲା ପରିଷଦ ଧନେଶ୍ୱର ସେଠି ପରିଣତ ବୟସ ରେ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କରିଥିଲେ.ଡେରାବିଶ ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ଆଚାର୍ଯ୍ୟ କାର୍ଯ୍ୟକ୍ରମ ର ଉପଦେଷ୍ଟା ଭାବେ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ. କାର୍ଯ୍ୟକ୍ରମ ପରିଶେଷରେ ରକ୍ତ ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି. ଡେରାବିଶ ବ୍ଲକ ବିଜେଡ଼ି ବରିଷ୍ଠ କର୍ମୀ ମନୀନ୍ଦ୍ର ରଥ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗଣେଶ୍ୱର ବେହେରା, ବିଜେଡ଼ି କର୍ମୀ ନିତ୍ୟାନନ୍ଦ ମଲ୍ଲିକ, ପ୍ରମୋଦ ଭଦ୍ର, ପୂର୍ବତନ ଜିଲ୍ଲା ପରିଷଦ ଭବାନୀ ଓଝା, ଜିଲ୍ଲା ପରିଷଦ ଧନେଶ୍ୱର ସେଠି ପ୍ରମୁଖ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ