ପୁଣ୍ୟତୋୟାର ବିଷୁବ ସଂଖ୍ୟା ଉନ୍ମୋଚନ

ବରୀ: ସାହିତ୍ୟ ଅନେକ ସମୟରେ ଅନ୍ୟ ଜଣଙ୍କ ଆଗରେ ମନର କଥାକୁ ପ୍ରକାଶ କରେ । ସାହିତ୍ୟରେ ପ୍ରକୃତି ଓ ପୁରୁଷର କଥା ପ୍ରକାଶିତ ହୋଇଥାଏ । ସୃଜନ ପ୍ରତି ଭଲ ପାଉଥିବା ପ୍ରତିଟି ମଣିଷ ଭିତରେ ସାହିତ୍ୟ ସବୁ ସମୟରେ ଥାଏ । ଗ୍ରାମାଞ୍ଚଳରେ ସାହିତ୍ୟ ସେବାକୁ ନିୟମିତ ଭାବେ ବଞ୍ଚାଇ ରଖିବା ଏକ ଦୂରୁହ ବ୍ୟାପାର । ଯାହାକୁ ତିନି ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପରିଚାଳନା କରିଆସୁଥିବା ନବଜ୍ୟୋତି ସାହିତ୍ୟ ସଂସଦ ଧନ୍ୟବାଦର ପାତ୍ର ବୋଲି ଏହାର ମୁଖପତ୍ର ‘ପୂଣ୍ୟତୋୟା’ର ଉନ୍ମୋଚନ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସଂସଦର ସ୍ଥାୟୀ ସଭାପତି ଶିକ୍ଷାବିତ୍ ବୃନ୍ଦାବନ ସାମଲଙ୍କ ସଭାପତିତ୍ୱରେ ସଂସଦର ତୃତୀୟ ବର୍ଷ ପ୍ରତିଷ୍ଠା ଦିବସ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରାଜାତୋଟାଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିିତ କବିତା ପାଠୋତ୍ସବ ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଅଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏହି କବିତା ପାଠୋତ୍ସବରେ ବନ୍ଦନା ସାମଲ, ପୁଷ୍ପଲତା ଜେନା, ନମିତା ଓଝା, ପ୍ରମିଳା ବିଶ୍ୱାଳ, କୁମାର ଚନ୍ଦ୍ର ଶୁକ୍ଳ, ସୁରେନ୍ଦ୍ର କୁମାର ସାହୁ, ମନମୋହନ ପାଢୀ, ଗୋପିନାଥ ମହାରଣା, ଦୁଃଶାସନ ବେହେରା, ଶମ୍ଭୁନାଥ ତ୍ରୀପାଠି, ଚିନ୍ମୟଦତ୍ତ ପାଢୀ, ଅତିଥି ପାତ୍ର, ହୃଦାନନ୍ଦ ନାୟକ, ନିର୍ମଳ କୁମାର ଗିରି, କବିତା ଜେନା, ଗୁରୁଚରଣ ମହାନ୍ତି, ଜ୍ୟୋତିଶଙ୍କର ନାୟକ, ସବିତା ନାୟକ ପ୍ରମୁଖ କବିତା ପାଠ କରିଥିଲେ । ସଂସଦର ମୁଖପତ୍ର ‘ପୁଣ୍ୟତୋୟା’କୁ ଶିକ୍ଷକ ତଥା ଗୀତିକାର କୁମାର ଚନ୍ଦ୍ର ଶୁକ୍ଳ ଉନ୍ମୋଚନ କରିଥିଲେ । ଉତ୍ସବର ଅନ୍ୟତମ ଅତିଥିଭାବେ ମଦନ ମୋହନ ପତି ଯୋଗଦେଇଥିବାବେଳେ ସମ୍ପାଦିକା ସବିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.