ଆମ୍ବ ଦର ଆକାଶ ଛୁଆଁ ଚିନ୍ତାରେ ଖାଉଟି

ବଙ୍ଗୋମୁଣ୍ଡା – ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗଣ୍ଡା ମାନଙ୍କରେ ଥିବା ଆମ୍ବ ବଗିଚା ଗୁଡିକ ରେ ପୂର୍ବ ବର୍ଷ ତୁଳନାଚଳିତ ବର୍ଷ ଗ୍ରୀଷ୍ମକାଳୀରେ ବସନ୍ତ ଋତୁ ରେ ଆସିନାହିଁ ଆମ୍ବ ଫଳ ତେବେ ଜନସାଧାରଣ ଙ୍କ ଚାହିଦା ମୁତାବକ ଖାଇବା, ଆମ୍ବ ଷୋଡା,ଆଚାର,ଚମ୍ପାବତୀ ଆମ୍ବ ଟାକୁଆ,ଇତ୍ୟାଦି, ସ୍ଵାଦିଷ୍ଟ ରୂପେ କେତେକ ଘର ଚଲଣି ଆମ୍ବ ରୁ ତିଆରି ହେଉଥିବା ଦ୍ରବ୍ୟରଲୋକେପାଇବାରୁ ବଞ୍ଚିତ ହେବାର ସମ୍ଭାବନା ରହିଛି।ଯାହାକି ବର୍ତ୍ତମାନ ସୁଦ୍ଧା ଆମ୍ବ ଗଛ ଗୁଡିକରେ ଦେଖା ନାହିଁ ବିଶେଷ ଭାବେ ଆମ୍ବ।ତେବେ ବିଭିନ୍ନ ଗାଁ ମାନଙ୍କରେ ଚାଷୀ ମାନେ ସରକାରୀ ଉଦ୍ୟାନ,ବିଭାଗ ଠାରୁ ଚାରାଆଣି ଆମ୍ବ ଫସଲ ରେ ଅନେକ ଆୟ କରିଥିଲେ ମଧ୍ୟ ଚଳିତ ବର୍ଷ ସେତେବେଶୀ ଆଶା ନୁରୂପକଲା ଭଲି ମିଳିପାରିବ ନାହିଁ ବୋଲି ଜଣାଯାଇଛି।ତେବେ ଗାଁ ଗୁଡିକ ହେଲା- କନାବିରା ଚିନ୍ଦାଗୁଡା,ଝଲପ,ଡୁମେରପଡ଼ା,ତୁରେକେଲା,ଜାମଖୁଣ୍ଟା , ସିନ୍ଧେକେଲା ବଙ୍ଗୋମୁଣ୍ଡା,ଉଦ୍ୟାନ ବିଭାଗ ଠାରେ ମଧ୍ୟ କେତେକ ଆମ୍ବ ଗଛ ଗୁଡିକରେ କାଭାଁ ଫଳ ଥିବା ସୂଚନା ମିଳିଛି।ତେବେ ଖାଉଟି ମାନେ ଆମ୍ବ ଖାଇବାକୁ ହେଲେ ମହଙ୍ଗା ରେ ଆମ୍ବ କିଣି ବାକୁ ପଡୁଛି ଆମ୍ବ କେଜି ପ୍ରତି ୨୦୦ ଟଙ୍କା ରୁ ଅଧିକ ଦାମ ରେ ବିକ୍ରି ହେଉଛି।ଆଗାମୀ ଦିନରେ ଆହୁରି ବଢ଼ି ପାରେ ଦାମ ବୋଲି ଆକଳନ କରାଯାଉଛି ଅନୁପାତିକ ଜଳ ବାୟୁ ପରିବର୍ତ୍ତନ ଓ ଆଭ୍ୟନ୍ତରୀଣ ଆଡକୁ ପ୍ରଦୂଷଣ କାରଣ ମଧ୍ୟ ହୋଇପାରି ବୋଲି ଆଲୋଚନା ହେଉଛି।ତେବେ ଚଳିତ ଋତୁ ରେ ସାଧାରଣ ବଜାର ମାନଙ୍କ ଓ ଫଳ ବେପାରୀ ଠାରେ ଆକାଶ ଛୁଆଁ ଦର ରେ ଲୋକେ ଆମ୍ବ କିଣା ବିକା କରିବେ।

Leave A Reply

Your email address will not be published.