ଖପ୍ରାଖୋଲ — ଖପ୍ରାଖୋଲ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ ମାନ ଭାରତ ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା ସୁରଜ କୁମାର ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ୍ୟା ନିରୂପମା ପଟେଲ , ସମ୍ମାନିତ ଅତିଥି ରୂପେ ଜିଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର , ପ୍ରମିଳା ପାଥର , ବିଡିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିର ରେ ଭେଷଜ ବିଶେଷଜ୍ଞ ଡା ହେମନ୍ତ କୁମାର ମେହେର , ଶିଶୁରୋଗ ବିଶେଷଜ୍ଞ ଡା ଅରବିନ୍ଦ କାଳସାଏ , ଡା ରାଜ ନାରାୟଣ ସ୍ୱାଇଁ , ଡା ବାଳକୃଷ୍ଣ ପୁରୋହିତ , ଡା ନିଲେସ କୁମାର ମେହେର ,ଡା ମୋନାଲିସା ନାୟକ , ଡା ବିଜୟ ମେହେର , ଡା ମଧୁସ୍ମିତା ମେହେର , ଡା ରାଜେଶ୍ୱରୀ ସାହୁ,ଡା ଶୋଭାବତୀ ମେହେର , ଡା ମିନତୀ ହେମ୍ରରମ , ଡା ଅଂଶୁପା ଭୋଇ ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଦ ବଣ୍ଟନ କରିଥିଲେ ।ସ୍ୱାସ୍ଥ୍ୟ ଶିବିରର ପରିଦର୍ଶନ ପାଇଁ ବଲାଙ୍ଗୀର ଜିଲା ଏ ଡି ପିଏଚ ଓ ରୋଗ ନିୟନ୍ତ୍ରଣ ଡା ନମିତା ମିଶ୍ର ଯୋଗ ଦେଇଥିଲେ । ଶିବିର ରେ ୮୪୦ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେହିପରି ୧୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣା ଯାଇଛି । ଏହି ଅବସରରେ ଆଇ ସି ଡି ଏସ ବିଭାଗ ତରଫରୁ ଖାଦ୍ୟ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବି ପି ଏମ ଯୁଗଲକିଶୋର ସାହୁ , ପି ଏଚ ଇ ଓ ବାଲଚନ୍ଦ୍ର ଛାତ୍ରୀଆ , ମିତା ରାଣୀ ଦାସ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ , ଆଶା କର୍ମୀ , ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।