ସଟ୍ଟା ଖେଳର ଗଡ଼ ପାଲଟିଛି ବୋଡେ଼ନ ବ୍ଲକ

ବୋଡେ଼ନ ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ଗାଁରେ ଏବେ ଛୋଟ ପିଲା ଠୁ ଆରମ୍ଭ କରି ପୁରୁଷ ମହିଳା ଓ ବୟସ୍କ ଲୋକ ସମସ୍ତେଙ୍କ ମୁହଁରେ ସଟ୍ଟା ଖେଳର ଚର୍ଚ୍ଚା ଚାଲିଥିବା ବେଳେ ଏବେ ତାହାର ପ୍ରଭାବ ପଡ଼ିଛି ବୋଡେ଼ନ ବ୍ଲକର ସହରାଞ୍ଚଳ ଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଏବେ ସଟ୍ଟା ଖେଲ ଜୋର ଧରିଛି। ବୟସ୍କ ଲୋକ ଏହି ଖେଳ ଖେଳିବା ଦେଖି ବର୍ତ୍ତମାନ ସ୍ଥିତିରେ ଛୋଟ ଛୋଟ ଛୁଆ ମାନେ ମଧ୍ୟ ସେହି ଖେଳ ମୁହାଁ ହେବାରେ ଲାଗିଛନ୍ତି। ବୋଡେ଼ନ ବ୍ଲକ ଏକ ପଛୁଆ ଅଞ୍ଚଳ ହୋଇଥିବା ବେଲେ ଲୋକଙ୍କୁ ନିଜ ପେଟ ପାଟଣା ପାଇଁ କିଛି ରୋଜଗାର କରିବା ବହୁ କଷ୍ଟ ସାଧ୍ୟ ହୋଇ ପଡ଼ିଥାଏ । ସେଥିରେ ଲୋକେ ଯାହା ମଧ୍ୟ ରୋଜଗାର କଲେ ପରିବାର ପ୍ରତିପୋଷଣ କରିବା ଚିନ୍ତା ନ କରି ଲୋକେ ସେହି ଖେଳରେ ଅର୍ଥକୁ ଖର୍ଚ କରୁଛନ୍ତି। ଯାହା ଫଳରେ ଅନକେ ପରିବାର ଚଳିବା ପାଇଁ ଏବେ କଷ୍ଟ ସାଧ୍ୟ ହୋଇ ପଡ଼ିଛି । ବୋଡେ଼ନ ଅଞ୍ଚଳରେ ପୋଲିସ ବିଭାଗର ନାକ ତଳେ ବିଭିନ୍ନ ସ୍ଥାନରେ ନାହିଁ ନ ଥିବା ଉପାୟ ଅବଲମ୍ବନ କରି ଲୋକେ ନିଜ କଲା କାରବାର ଚଳାଇଛନ୍ତି। କିନ୍ତୁ ଏଥି ପ୍ରତି କୌଣସି ପ୍ରଶାସନିକ ଦୃଷ୍ଟି ପଡୁନାହିଁ। ଖବର ମୁତାବକ ବୋଡେ଼ନ ବ୍ଲକ ଛକ,ବୋଡେ଼ନ ବସ ଷ୍ଟାଣ୍ଡ ସ୍କୁଲ ପାଖରେ,ଥାନା ସମ୍ମୁଖରେ,ଦିଲଦାର ଛକ,ଦ୍ୱାରସନୀ ମନ୍ଦିର ସମ୍ମୁଖରେ,ବଜାର ଛକରେ,ଓ ଏମିତି ଅନେକ ସ୍ଥାନ ରହିଛି। ସଟ୍ଟା ଖେଳ ଚାଲିଛି। କିନ୍ତୁ ପ୍ରଶାସନର ଏହି ନିରବ ଦ୍ରଷ୍ଟାକୁ ଏବେ ବୁଦ୍ଧି ଯିବି ମହଲରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.