ବିଶିଷ୍ଟ ସମାଜସେବୀ ପ୍ରୟାତ ଅକ୍ଷୟ କୁମାର ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଜଳେଶ୍ଵର, -, ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର କାଶିମପୁର ଅମାଇଁଚଣ୍ଡି ଗ୍ରାମର ବିଶିଷ୍ଟ ସମାଜସେବୀ, ସରଳ, ନିଷ୍କପଟ ସାଚ୍ଚୋଟ ସ୍ଵର୍ଗତ ଅକ୍ଷୟ କୁମାର ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ତାଙ୍କର ମଧ୍ୟମ ଜ୍ୱାଇଁ ପ୍ରାକ୍ତନ ଅଧ୍ୟକ୍ଷ ଓ ସାହିତ୍ୟିକ ଡକ୍ତର ଲଳିତ ରଞ୍ଜନ ସେନାପତିଙ୍କ ସଭାପତିତ୍ୱରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁନିଲ କୁମାର ଭୂୟାଁ, ତାଙ୍କର ଜ୍ୱାଇଁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସୁକୁମାର ରଣା, ସାମ୍ବାଦିକ ଭୂପତି ପରିଡ଼ା, ବିଜେଡି ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟା ତଥା ସାମ୍ବାଦିକା ଆରତୀ ଦାସ, ପୂର୍ବତନ ଶିକ୍ଷକ ନେତା ଖଗେନ୍ଦ୍ର ନାଥ ସାହୁ, ରାମକୃଷ୍ଣ ସାହୁ, ବିଦ୍ୟାଧର ମହାନ୍ତି, ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ରଞ୍ଜନ କୁମାର ପରିଡ଼ା, ପୂର୍ବତନ ଓଡ଼ିଶା କୃଷିଶିଳ୍ପ କେନ୍ଦ୍ର ର ମ୍ୟାନେଜର ଅରୁଣ କୁମାର କମିଳା, ସମାଜସେବୀ ନିର୍ମଳ କୁମାର ଦାସ, ପଶ୍ଚିମବାର୍ଡ ପଞ୍ଚାୟତର ବିଷିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ପାତ୍ର, ଅଶ୍ଵିନୀ ଅଧିକାରୀ, ରାଜେନ୍ଦ୍ର କର, ନନ୍ଦନ କୁମାର ପୃଷ୍ଟି, ରବୀନ୍ଦ୍ର ନନ୍ଦି ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ସ୍ଵର୍ଗତ ଅକ୍ଷୟ ମହାନ୍ତି ଜଣେ ସଚ୍ଚୋଟ, ପରୋପକାରୀ, ରହି ସ୍ଵର୍ଗତ ଗୌର ଗୋପାଳ ଦାସ ଓ ବ୍ରଜ ମୋହନ ପ୍ରଧାନଙ୍କ ଖୁବ୍ ନିକଟତର ପରାମର୍ଶଦାତା ଭାବେ ଜଣାଶୁଣା ବ୍ୟକ୍ତି ଥିଲେ ଓ ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅନୁଗତ ମଧ୍ଯ ଥିଲେ। ତାଙ୍କ ପ୍ରଚେଷ୍ଟାରେ ଗ୍ରାମରେ ମନ୍ଦିର, ସ୍କୁଲ, ରାସ୍ତା ଓ ପୋଖରୀ ମଧ୍ଯ ଖନନ ହୋଇ ପାରିଥିଲା। ସର୍ବୋପରି ଜଳେଶ୍ଵର ଜମାଳପୁର ରାସ୍ତା ହେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତାଙ୍କର ଝିଅ ମଞ୍ଜୁବାଳାକୁ ମଧ୍ଯ କୋଟସାହି ଗ୍ରାମ ପଞ୍ଚାୟତରେ ଦୁଇଥର ସରପଞ୍ଚ ଭାବେ ଅବସ୍ଥାପିତ କରାଇ ପାରିଥିଲେ। ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟରେ ଭୂମିକା ଅତୁଳନୀୟ ବୋଲି ଅତିଥି ମାନେ ତାଙ୍କର ଗୁଣ ଗାରିମା ବାବଦରେ ଆଲୋକପାତ କରିଥିଲେ। ସମସ୍ତ ଅତିଥି ପ୍ରଥମେ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ  ପୂର୍ବକ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ,  ୩ ଜଣ ପୁତ୍ର- ଅରୁଣ, ଅଶ୍ଵିନୀ ଓ ଅଶୋକ, ୩ ପୁତ୍ରବଧୂ- ଅନୁରାଧା, ସରିତା ଓ ଅର୍ଚ୍ଚନା, ୪ ଜ୍ୱାଇଁ- ଇଞ୍ଜିନିୟର ଜୟଗୋପାଲ ଜେନା, ଡ. ଲଳିତ ରଞ୍ଜନ ସେନାପତି, ପୁର୍ବତନ ବ୍ଲକ ଉପାଧକ୍ଷ ବ୍ରଜ ମୋହନ ପ୍ରଧାନ, ସନ୍ତୋଷ ପ୍ରଧାନ, ୪ ଝିଅ- ସରୋଜା, ଚାରୁବାଳା, ମଞ୍ଜୁବାଳା ଓ ମୋନାଲିସା, ଓ ନାତି ନାତୁଣୀ ବନ୍ଧୁ ବାନ୍ଧବ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ। 

Leave A Reply

Your email address will not be published.