ଜଳେଶ୍ଵର/ଭୋଗରାଇ,- ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଗବଗାଁରେ ସନ୍ତୋଷ ଦଣ୍ଡପାଟ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ, ହେଲେ ଅଚାନକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦେହାନ୍ତ ହେଲେ ସନ୍ତୋଷ ଦଣ୍ଡପାଟ, ଗ୍ରାମବାସୀଙ୍କ ସହଯୋଗ ରେ ଶବ ସତ୍କାର କରାଯାଇଥିଲା। ଆଜି ଅସହାୟ ବେସାହାରା ହୋଇ ଗଲେ ଏକ ମାତ୍ର କୁନି ଝିଅ ବୈଷ୍ଣବୀ ଓ ମାଆ, ଜେଜେମା। ଏପରିକି ବାପାଙ୍କ ର ଅନ୍ତେଷ୍ଟି କ୍ରିୟା କର୍ମ ପାଇଁ ମଧ୍ୟ ପରିବାର ପାଖରେ ଅର୍ଥ ନାହିଁ। ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ହେଲ୍ପ ଫର ୟୁ ଫାଉଣ୍ଡେସନ” ମାନବିକତାର ପରିଚୟ ଦେଇ ତାଙ୍କ ଦୁଃଖ ସମୟରେ ଛିଡ଼ା ହୋଇ ସନ୍ତୋଷ ଦଣ୍ଡପାଟ ଙ୍କର ଅନ୍ତେଷ୍ଟି କ୍ରିୟା କର୍ମ ପାଇଁ ସଙ୍ଗଠନର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର କିଛି କିଛି ନିଜସ୍ଵ ଆର୍ଥିକ ଅବଦାନ ବଳରେ ଏହି ମହାନ କାର୍ଯ୍ୟ ସମ୍ଭବ ହୋଇ ପାରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ, ସଦସ୍ୟା ଚିନ୍ମୟ ପ୍ରମାଣିକ, ସୁଜିତ୍ କାମିଳା, ଚନ୍ଦନ ପରିଡ଼ା, ତପନ ଧଳ, ନିବେଦିତା ଧଳ, ଦୀପ୍ତିରାଣୀ ଧଳ, ସୁରେଶ ନନ୍ଦୀ, ତରଣି କର, ତରୁଣ ନାଥ, ସୁବ୍ରତ ଜେନା, ତପନ ଦେ, ମନମୋହନ ଗିରି, ବିମଳ ଦାସ ପ୍ରମ୍ମୁଖ ସଂଗଠନ ର କର୍ମକର୍ତ୍ତା ଅସହାୟ ପରିବାର ପାଖରେ ପହଞ୍ଚି ପରିବାରକୁ ଆର୍ଥିକ ସହାୟତା ୭ ହଜାର ଓ କିଛି ମାସର ରେସନ ସାମଗ୍ରୀ, ପନିପରିବା, ମୁଢି, ଚାଉଳ ପରିବାରକୁ ନୂତନ ବସ୍ତ୍ର, କୁନି ଝିଅର ପାଠ ପଢା ପାଇଁ ପାଠ୍ୟ ସାମଗ୍ରୀ, ପ୍ରଦାନ କରିଛନ୍ତି, ସଂଗଠନର ଏହି ଭଳି ମହାନ ଚିନ୍ତାଧାରା ଓ ମହାନ କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି।