ଲୁହାସିଂହା କଲଙ୍ଗାପଡାରେ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ଖପ୍ରାଖୋଲ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲୁହାସିଂହା ଗ୍ରାମ ର କଲଙ୍ଗାପଡା ରେ ଚବିଶ ପ୍ରହର ନାମ ଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି ।  ଏପ୍ରିଲ ୧୮ ରୁ ୨୧ ପର୍ଯ୍ୟନ୍ତ ୪ ଦିନ  ଧରି ଅନୁଷ୍ଠିତ ଅଖଣ୍ଡ ଚବିଶ ପ୍ରହର ନାମ ଯଜ୍ଞ ରେ ପ୍ରଥମେ ସ୍ଥାନୀୟ ପୋଖରୀ ରୁ ପୂର୍ଣ୍ଣ କଳଶ ଆଣି ପୂଜା ମଣ୍ଡପ ସ୍ଥାପନ କରିବା ସହ ଭଗବାନ ଶ୍ରୀକୃଷ୍ଣ ରାଧା ଦାମୋଦର ପରୋଷୋତ୍ତମ ମହାପ୍ରଭୁ ରାମଚନ୍ଦ୍ର ଙ୍କ  ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଯଜ୍ଞ କର୍ତ୍ତା ଭାବେ  ଲୁହାସିଂହା ପଞ୍ଚାୟତ ର  ନବ ନିର୍ବାଚିତ ସରପଞ୍ଚ ସୀମାଞ୍ଚଳ ପୁରୋହିତ ( ମୁନା) ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଶଶ୍ମିତା ପୁରୋହିତ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ଏଥିରେ ସୁନାମାଲ , ଟପର୍ଣ୍ଣା , ଲୁହା ସିହା ରାଧାମାଧବ ମହିଳା ସଂକିର୍ତନ ଦଳ ଓ କିସନ କହ୍ନେୟା , ହିର୍ଲି , ଡୁଡୁକା , କଲା ହାଣ୍ଡି , ପିପିଲଡାବର , ଆଦି ଗ୍ରାମ ର ସଂକିତ୍ତନ ଦଳ ଯୋଗ ଦେଇ ପରିବେଷଣ କରିଥିଲେ । ନାମ ଯଜ୍ଞ ପରିଚାଳନା କମିଟି କର୍ମକର୍ତ୍ତା ସଭାପତି କିଶୋର ପାଣ୍ଡେ , ଉପସଭାପତି ଦୈତ୍ୟାରି ମହରା , ଅନାଦି ମହରା , ସଂପାଦକ ହୃଷିକେଶ ବରିହା , ସହ ସଂପାଦକ ପ୍ରିୟ ବ୍ରତ ସିଂ ନିନା , କୋଷାଧ୍ୟକ୍ଷ ମନବୋଧ ସାହୁ ଙ୍କ ସମେତ ଗ୍ରାମବାସୀ ଓ ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁମାନ ଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.