ବାଲିଆପାଳ- ବିଜେଡ଼ି ଜିଲ୍ଲା ସଭାପତି ଇ ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଶୁକ୍ରବାର ବାଲେଶ୍ବର ଜିଲ୍ଳା ବାଲିଆପାଳ ବ୍ଲକର କୁଦମାନସି ଗ୍ରାମରେ ୨୩/୧୨ରେ ଭିତି ପ୍ରସ୍ତର ସ୍ଥାପନ ହୋଇଥିବ ମେଗା ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆରଡବ୍ଲୁଏସ ଏସର ଅଧିକ୍ଷଣ ଯନ୍ତ୍ରୀ ସମୀର ଦେ , ଏସଡିଓ ଶେଷ ନାଗ ପ୍ରଧାନ ଙ୍କ ସହିତ ବମ୍ୱେର ଠିକାଦାର ବ୍ଲୁଷ୍ଟାର କଂପାନୀ ର ଅଧିକାରୀ ମାନଙ୍କ ଠାରୁ ପ୍ରକଳ୍ପ ର ସ୍ଥିତି ବିଷୟ ବିଧାୟକ ଶ୍ରୀ ସାହୁ ଏବଂ ଇ. ଶ୍ରୀ ଜେନା ପଚାରି ବୁଝି ଥିଲେ।୧୮ ରୁ ୨୪ ମାସ ଭିତର ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ବାଲିଆପାଳ ବ୍ଲକ ର ୧୪୪ ଗାଁ ଲୋକେ ଆରୋ ଯୁକ୍ତ ପାଣି ପିଇପାରିବେ ବୋଲି ଶ୍ରୀ ଜେନା କହିଥିଲେ। କୁଦମାନସିଂ ଗ୍ରମରେ ଭିତ୍ତି ପ୍ରସ୍ତର ସ୍ଥାପିତ ପ୍ରକଳ୍ପ ଏକ ଶହ ବାସ୍ତରୀ କୋଟି ଟଙ୍କାରେ ସମାପନ ପାରିବାପାଇଁ ନିର୍ମାଣ ସଂସ୍ଥା ବ୍ଲୁଷ୍ଟାର ସରକାରଙ୍କ ସହିତ ଚୁକ୍ତି କରିଥିବାର ସୂଚନା ମିଳିଛି। ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ବାଲିଆପାଳ ବ୍ଲକ ରେ ଏକୋଇଶ ଟି ପଞ୍ଚାୟତର ଏକ ଶହ ଚଉରାଲିଶ ଟି ଗ୍ରାମ ର ଗ୍ରାମବାସୀ ଉପକୃତ ହେବାର ଲକ୍ଷ୍ୟ ରହିଛି। ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ, ବଳରାମ ସାହୁ, ହେମନ୍ତ ଦାସ, ଶାନ୍ତନୁ ଭଦ୍ର, ସମ୍ୟଦିପ ଚକ୍ରବର୍ତ୍ତୀ, ରବୀନ୍ଦ୍ର ନାଥ ଅଣ୍ଡାଆ,ଲମ୍ବୁଧର ମାହାନା, ପ୍ରତାପ ପାତ୍ର ଙ୍କ ସହିତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ।