ଡେରାବିଶ (ନି. ପ୍ର)- ଡେରାବିଶ ବ୍ଲକ୍ ଅନ୍ତର୍ଗତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ସଭ୍ୟମାନେ ଆଜି ଅବଗତି ନିମନ୍ତେ ଜଣାଇଛନ୍ତି କି ସଂଗଠନର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଅନେକ ନ୍ୟାୟୋଚିତ ସମସ୍ୟାର ସମାଧାନ ପାଇଁ ଡେରାବିଶ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଅନେକ ବାର ଗୁହାରୀ ଓ ଆଲୋଚନା ସତ୍ତ୍ବେ କୌଣସି ପ୍ରକାର ସମାଧାନ ହୋଇ ନ ପାରିବାରୁ ଉକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଗତ କାଲି ଠାରୁ ଧାରଣାରେ ବସିରହିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ । କୌଣସି ପ୍ରକାର ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଅନିଦିଷ୍ଟକାଳ ପର୍ଯ୍ୟନ୍ତ ଡେରାବିଶ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଧର୍ମଘଟ ଓ ଗଣଧାରଣା କରିବାକୁ ଉକ୍ତ ସଂଗଠନ ପକ୍ଷରୁ ଦୁଃଖର ସହିତ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ଏବଂ ଆଗାମୀ ଦିନରେ ଧର୍ମଘଟ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତିଅନ୍ୟ ପକ୍ଷରେ ଆମ ପ୍ରତିନିଧି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ଲୋଢିଥିଲେ ହେଲେ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା..!