ଧାମନଗର – ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଧୁଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ଅଞ୍ଚଳରେ ଥିବା କପାଳି ନଦୀକୂଳରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରାଯାଇ ୯୦ ଲିଟର ଦେଶୀ ମଦ , ୧୦୦୦ ଲିଟର ଗୁଡ଼ ପୋଚ ଓ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ମଙ୍ଗଳପୁର ଗ୍ରାମର ରଞ୍ଜନ ମଳିକ ଓ ଅର୍ଜୁନ ମଳିକଙ୍କୁ ଗିରଫ କରାଯାଇଛି । ସେହିପରି ଧୁଷୁରୀ ଥାନା ଅନ୍ତର୍ଗତ ସୟଦ ଜାଫର ଗ୍ରାମରେ ଚଢ଼ାଉ କରାଯାଇ ୪୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ସୟଦ ଜାଫର ଗ୍ରାମର ବଳରାମ ମଳିକଙ୍କୁ ଗିରଫ କରାଯାଇଛି । ଧାମନଗର ଅବକାରୀ ଥାନା ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ମୋଟ ୧୩୦ ଲିଟର ଦେଶୀ ମଦ ଓ ୧୦୦୦ ଲିଟର ଗୁଡ଼ ପୋଚ ଓ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଦେଶୀ ମଦ, ଗୁଡ଼ପୋଚ ଓ ମଦ ତିଆରି ସରଞ୍ଜାମର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେନାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି।