ରତ୍ନଗିରିରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର

 ବରୀ: ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ବରୀ ବ୍ଲକ୍ ଅନ୍ତର୍ଗତ ରତ୍ନଗିରି ପଂଚାୟତର ରାଜିବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବରୀ ବିଧାୟିକା ସୁନନ୍ଦା ଦାସ ଉଦ୍‌ଘାଟନ କରି ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ ମହତ ଦାନ ତେଣୁ ଯେକୌଣସି ସୁସ୍ଥ ସବଳ ବ୍ୟକ୍ତି ନିସଂକୋଚରେ ରକ୍ତଦାନ କରିପାରିବ । ରକ୍ତଦାନ କରିବା ଦ୍ୱାରା ଆମେ ରକ୍ତ ଅଭାବ ଆବଶ୍ୟକ କରୁଥିବା ବ୍ୟକ୍ତିକୁ ମୃତ୍ୟୁ ମୁଖରୁ ବଂଚାଇ ପାରିବାବୋଲି ବିଧାୟିକା ଶ୍ରୀମତୀ ଦାସ ପ୍ରକାଶ କରିଥିଲେ ।  ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ଯାଜପୁର ଜିଲ୍ଲା ସଂଯୋଜକ ଇଂ ବିମଳ ଚନ୍ଦ୍ର ଦାସ, ରତ୍ନଗିରି ସରପଂଚ ସରଳା ମଲିକ, ଧାରପୁର ପୂର୍ବତନ ସରପଂଚ ଟି.ରୋଜାଲିନ ଶ୍ୟାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଷ୍ଣୁ ଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିର ପରିଚାଳନାରେ ଗିରିଶ ଚନ୍ଦ୍ର ସାମଲ, ତୁଷାରକାନ୍ତ ଶ୍ୟାନ୍ତି, ବିଜୟ କୁମାର ସାହୁ, ବିରେନ୍ ରାଉତ, ନକୁଳ ଚନ୍ଦ୍ର ଜେନା, ଅଶୋକ ସାମଲ, ରଶ୍ମିରଂଜନ ବେହୁରା, ଗୌତ୍ତମ ମଳିକ ପ୍ରମୁଖ ସହଯୋଗ କରିଥିଲେ । ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.