ବଲିଆପାଳ – ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ରେ ଥିବା ଗ୍ରେନ ଗୋଲା ପଡିଆ ରେ ଶନିବାର ନୂଆ ଭାବରେ ନିର୍ମାଣ ହେବାକୁ ଯାଉଥିବା ବସ ଷ୍ଟାଣ୍ଡ କୁ ବାଲିଆପାଳ ଅଂଚଳର ଶତାଧିକ ଲୋକେ ବିରୋଧ କରିବା ସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇ କାର୍ଯ୍ୟରତ ବୋରିଂ ମେସିନ କୁ ପଡ଼ିଆରୁ ଉଠେଇ ଦେଇଆ ଯାଇଥିବାର ସୂଚନା ମିଲିଛି। ସୂଚନା ଅନୁସାରେ ନୂଆ ଭାବରେ ବସ ଷ୍ଟାଣ୍ଡ ନିର୍ମାଣ ହେଉଥିବା ପଡିଆ ଏକ ମିନି ଷ୍ଟାଡିୟମ ଭାବରେ ମାନ୍ୟତା ପାଇ ପଡିଆ ର ଦୁଇ ପାଶ୍ଵ ରେ ବାଉଣ୍ଡ୍ରି ନିର୍ମାଣ କରାଯାଇ ଦର୍ଶକଙ୍କ ପାଇଁ ଗେଲେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ମାତ୍ର ସରକାରଙ୍କ ର ବୈମାତୃକ ଭାବ ଯୁଗୁ ଆଜିପର୍ଯ୍ୟନ୍ତ୍ କାର୍ଯ୍ୟ ସମାପନ ହୋଇପାରି ନାହିଁ। ଏହାଛଡା ଉକ୍ତ ପଡ଼ିଆରେ ବାଲିଆପାଳ ମହୁତ୍ସବ ଦୀର୍ଘ ଦିନ ଧରି ଚାଳି ଆସୁଥିବା ସହିତ ବିଭିନ୍ନ ସମୟ ରେ ଏଠାରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗୀତା ହୋଇ ଆସୁଛି। ଏହି ସବୁ ସୃଷ୍ଟି ରେ ରଖି ମହୋତ୍ସବ କମିଟି, ବାଲିଆପାଳ ଅଂଚଳ ବାସୀ ଙ୍କ ସହିତ ବହୁ ଖେଳ କମିଟିର ସଦସ୍ୟ ମାନେ ନୂଆ ବସ ଷ୍ଟାଣ୍ଡ ନିର୍ମାଣ କୁ ବିରୋଧ କରିଛନ୍ତି। ଏହାଛଡା ଆସନ୍ତା ସୋମବାର ଉକ୍ତ ନୂଆ ବସ ଷ୍ଟାଣ୍ଡ ନିର୍ମାଣ କୁ ବିରୋଧ କରି ବାଲିଆପାଳ ତହସିଲଦାର ଓ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯିବାର ସୂଚନା ମିଳିଛି।