ଖପ୍ରାଖୋଲ –ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତ ବଡ଼ଗୁଜିଭଟା ଗାଁ ଠାରେ ଭାଗବତ ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ! ଏକାଦଶୀ କମିଟି ଦ୍ଵାରା ଅନୁଷ୍ଠିତ ଭାଗବତ ପାରାୟନ ପାଇଁ ପ୍ରଥମେ କଳସ ଶୋଭାଯାତ୍ରା ରେ ଗାଁ ପୋଖରୀ ରୁ ପାଣି ଭାରି ଜଗନ୍ନାଥ ମନ୍ଦିର ରେ ପହିଥିଲେ ! ପୂଜା ପାଠ ପରେ ପରାୟଣ ଆରମ୍ଭ ହୋଇଥିଲା ! ପୂଜା କର୍ତା ରୂପେ ଶ୍ରୀ ପତି ଭୋଇ ସହ ପତ୍ନୀକ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୁରାଣ ଗାୟକ ରୂପେ ପଣ୍ଡିତ ମିଳନ ମିଶ୍ର , ପୂଜକ ରୂପେ ମିନିକେତ ମିଶ୍ର ଯୋଗ ଦେଇଥିଲେ ! କଳସ ଶୋଭଯାତ୍ରା ରେ ଏକାଦଶୀ କମିଟି ସଦସ୍ୟା , ଗ୍ରାମବାସୀ ଉପସ୍ଥିତ ଥିଲେ !