କଟକ, : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା(ବିସିଟି)ର ପିପିଲି ଶାଖା ସଂଯୋଜକ ୨୪ ବର୍ଷୀୟ ଉଦୀୟମାନ ଯୁବ ସମାଜସେବୀ ହେମନ୍ତ ଦାସ(ପିତା – ସୁକାନ୍ତ ଦାସ, ମାତା – ଉର୍ମିଳା ଦାସ) ଏବଂ ଧର୍ମପ୍ରାଣା କାମିନୀ ବେହେରା ଦମ୍ପତି ତାଙ୍କ ପ୍ରଥମ ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରି ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଶିବିରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ,ଇଂ.ଅଭିଳାଷ ଦାସ, ସରସ୍ଵତୀ କଳା ପରିଷଦ କନ୍ଦରପୁର ସମ୍ପାଦକ ଅଶୋକ ପଟ୍ଟନାୟକ, ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି , ଶାଶ୍ଵତ ଇଞ୍ଜିନିୟରିଂ ପ୍ଲମ୍ୱିଂମୁଖ୍ୟ ଅଶୋକ ସେଠୀ, ସମାଜସେବୀ ଉଦୟ ରଞ୍ଜନ ଦାସ(ଅପୁ ବାବୁ),ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ସମାଜସେବା,ରୋଗୀସେବା,ରକ୍ତଦାନ, ବୃକ୍ଷରୋପଣ,କରୋନା ମହାମାରୀରେ ଜନ ସଚେତନତା ସହ ନୋଜମାସ୍କ ଓ ସାନିଟାଇଜର ବଣ୍ଟନ ଓ ପୂଜ୍ୟପୂଜା ଆଦି ବିଭିନ୍ନ ଦିଗରେ ଉଲ୍ଲେଖନୀୟ କୃତିତ୍ୱ ନେଇ ହେମନ୍ତ ସରସ୍ଵତୀ କଳା ପରିଷଦ କନ୍ଦରପୁର,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ,ଉତ୍କଳ ବିକାଶ ପରିଷଦ କଟକ ସଦର ଓ ଅନନ୍ଦ ନୃସିଂହ ସ୍ମୃତି ସଂସଦ ବୟାଳିମୌଜା ଆଦି ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ।