ସୂଚନା ଅଧିକାରର ଅଭିଯାନ ବାଲିଆପାଳ ଶାଖାର ବାର୍ଷିକ ସମ୍ମିଳନୀ ଓ ସଚେତନ ଶିବିର ଅନୁଷ୍ଠିତ

ବାଲିଆପାଳ –   ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖା ପକ୍ଷୁ ରୁ ରବିବାର  ସୂଚନା ଅଧିକାରର ଅଭିଯାନ ବାଲିଆପାଳ ଶାଖା ର ବାର୍ଷିକ ସମ୍ମିଳନୀ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ସୂଚନା ଅଧିକାରର ଅଭିଯାନ ବାଲିଆପାଳ ଶାଖା ର ସଭାପତି ଅନୁଜ କୁମାର ମହାପାତ୍ର ଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ସମ୍ମିଳନୀରେ ରେ ବାଲିଆପାଳ ବିଡିଓ ଦୀପକ କୁମାର ଦାସ, ବାଲିଆପାଳ ଥାନା ଭାରପ୍ରାପ୍ତ ଅଧିକାରୀ ପର୍ଶୁରାମ ସାହୁ, ପ୍ରଫେସର ଅଦୈତ ପାତ୍ର,ସୂଚନା ଅଧିକାରର ଅଭିଯାନ ର ରାଜ୍ୟ ସଭାପତି ପ୍ରଦୀପ ପ୍ରଧାନ, ବାଲେଶ୍ଵର ବାର କାଉନସିଲ ର ସଭାପତି ମନୋଜ ନାୟକ, ରାଜ୍ୟ ମାନବ ଅଧିକାର କମିଟିର ସଦସ୍ୟ ଅଖଣ୍ଡ , ମୟୂରଭଞ୍ଜ ଅଂଚଳର ସାମାଜିକ କର୍ମୀ ସନ୍ତୋଷ ମାହାନ୍ତି ପ୍ରମୁଖ ଯୋଗ ଦେଇ  ସୂଚନା ଅଧିକାର ଆଇନକୁ ବ୍ୟାପକ ଜନ ସଚେତନ ର ଆବଶ୍ୟକତା ରହିଛି।ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଉପାୟ ରେ ଜନ ସଚେତନ କରାଇବା ପାଇଁ ଶାଖା ପକ୍ଷରୁ ଚେଷ୍ଟା କରାଯିବା ଦରକାର ବୋଲି ଅତିଥି ମନେ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥଲେ। ଉକ୍ତ ସମ୍ମିଳନରେ କଲିପଦା କୃଷକ ମୂର୍ଚ୍ଛାର ସଭାପତି କୁଶ ଧ୍ଵଜ ଜେନ, ପ୍ରଫେସର ଆଦୈତ ପାତ୍ର, ଖବର କାଗଜ ବିକ୍ରେତା ନଗେନ୍ଦ୍ର ବିଶ୍ଵାଳ,ବାଲେଶ୍ଵର ବାର କାଉନସିଲ ର ସଭାପତି ଶ୍ରୀ  ନାୟକ ଙ୍କୁ ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସୂଚନା ଅଧିକାରର ଅଭିଯାନ ଭୋଗରାଇ ଶାଖା ର ସଦସ୍ୟ  ଅଶୋକ ଜେନା, ଅଶୋକ ଦାଶ, ସିଂଲା ଶାଖା ନାରାୟଣ ଉପାଧ୍ୟାୟ ଙ୍କ ସହିତ ବିଭିନ୍ନ ସ୍ଥାନରେ ଶାଖା ଦାୟିତ୍ବ ରେ ଥିବା ସଦସ୍ୟ ମନେ ଯୋଗ ଦେଇଥିଲେ। ବାଲିଆପାଳ ଶାଖା ର ସଦସ୍ୟ ଶରତ କୁମାର ପାତ୍ର, କାହ୍ନୁ ଚରଣ ପାତ୍ର, ଗୋପାଳ ଗଙ୍ଗାଇ, ସୁବୁଧ ପାତ୍ର ଘନଶ୍ୟାମ ପ୍ରଧାନ, ବଳରାମ ଦାସ, ତପନ କୁମାର ଦତ ଙ୍କ ସହିତ ସମସ୍ତ ସଦସ୍ୟ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.