ଶିକ୍ଷା ସମସ୍ୟା ଓ ଆହ୍ବାନ ଆଲୋଚନାଚକ୍ର ଅନୁଷ୍ଠିତ

ବାଲେଶ୍ବର– ବାଲେଶ୍ବର ସ୍ଥିତ ଉଦ୍ୟୋଗ ଭବନ ପରିସରରେ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ୍ (OPESA) ତରଫରୁ ଆୟୋଜିତ ଡିପ୍ଲୋମା ଇଞ୍ଜିନିୟରିଂ ଶିକ୍ଷା  ସମସ୍ୟା ଏବଂ ଆହ୍ୱାନ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିବା ସହିତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।        ଏହି ଅବସରରେ ଓଡ଼ିଶାର ଘରୋଇ ଇଂଜିନିୟରିଂ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଏବଂ  ଡିପ୍ଲୋମା ଇଂଜିନିୟରିଂ ଶିକ୍ଷା ସମାପ୍ତ ପରେ ନିଜକୁ ସ୍ଵାବଲମ୍ବୀ କରିବା ସହିତ ପରିବାରର ଭରଣପୋଷଣ କରିପାରୁଥିବାରୁ ପିଲାମାନଙ୍କୁ OPESA ତରୁଫରୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ । ଏହି ବୈଠକରେ BCIC ର ସଭାପତି ସଂଜୟ କୁମାର ଦାସ, ମାନ୍ୟବର କୁଳପତି ପ୍ରଫେସର ଫକିର ମୋହନ ବିଶ୍ୱବିଦ୍ୟାଳୟର ସନ୍ତୋଷ କୁମାର ତ୍ରିପାଠୀ, ସଦର ବିଧାୟକ ସ୍ୱରୂପ ଦାସ, ଭଣ୍ଡାରପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ଅବହେଳିତ ପୀଠର ମରାମତି ବା ଉନ୍ନତି ଉନ୍ନତି ନିମନ୍ତେ ସହାୟତା ପ୍ରଦାନ କରୁଥିବାରୁ ରାଜ୍ୟବାସୀ ଖୁବ୍ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.